ଦେଶ ବିଦେଶ

ଗ୍ଲେସିଆଲ ହ୍ରଦ ଫାଟି ଆକସ୍ମିକ ବନ୍ୟା, ଭାରତରେ ହାଇଆଲର୍ଟ

 ଭୁଟାନରେ ଏକ ଗ୍ଲେସିଆଲ ହ୍ରଦ ଫାଟିବା ଯୋଗୁ ବଡ଼ଧରଣର ବିପର୍ୟ୍ୟୟ ଘଟିଛି। ଏହି ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ଭୁଟାନର ଏକ ସୌରଚାଳିତ ଜଳସେଚନ ପ୍ରକଳ୍ପ କ୍ଷତିଗ୍ରସ୍ତ ହେବା ସହ ରାଜପଥରେ ଅଳିଆ ଆବର୍ଜନା ଏବଂ ପଥର ପଡ଼ି ରାସ୍ତା ଅବରୋଧ ହୋଇପଡ଼ିଛି। ତେବେ ଏପର୍ୟ୍ୟନ୍ତ କୌଣସି ଜୀବନହାନୀ କିମ୍ବା ଆହତ ହୋଇଥିବାର ଖବର ମିଳିନାହିଁ।

ଭୁଟାନର ଏହି ଅଘଟଣ ପରେ ପଡ଼ୋଶୀ ଦେଶ ଭାରତରେ ମଧ୍ୟ ଚିନ୍ତା ବଢ଼ିଯାଇଛି। ସଙ୍କୋଷ ନଦୀର ଜଳସ୍ତର ହଠାତ୍ ବୃଦ୍ଧି ପାଇବା ଆଶଙ୍କା କରି ପଶ୍ଚିମବଙ୍ଗ ଏବଂ ଆସାମର ବିଭିନ୍ନ ଅଞ୍ଚଳରେ ବନ୍ୟା ଆର୍ଲଟ୍ ଜାରି କରାଯାଇଛି।

ଗୁରୁବାର ସନ୍ଧ୍ୟାରେ ଭୁଟାନର ଗାସା ଜିଲ୍ଲାର ୱାକିଲା ପର୍ବତ ନିକଟରେ ଥିବା ଶିନ୍ତାଫୁ ହ୍ରଦ ଫାଟିବା କାରଣରୁ ଏହି ବନ୍ୟା ସୃଷ୍ଟି ହୋଇଛି। ଏହି ହ୍ରଦଟି ମୋ ଚୁ ନଦୀ ଅବବାହିକାର ଉପର ମୁଣ୍ଡରେ ଅବସ୍ଥିତ। ହ୍ରଦର ଜଳସ୍ରୋତ ଦକ୍ଷିଣ ଦିଗକୁ ମୋ ଚୁ ନଦୀ ଦେଇ ପ୍ରବାହିତ ହୋଇଥାଏ। ଭୁଟାନର ପୁନାଖା ଅନ୍ତର୍ଗତ ଗୁମା ଜେୱଗର ଡୋଚୁଖା-ଜୋମଲିଙ୍ଗଥାଙ୍ଗ-ରିତ୍ସା ଚିୱୋଗରେ ଥିବା ସୋର ଜଳସେଚନ ପ୍ରକଳ୍ପଟି ଏହି ବନ୍ୟା ଯୋଗୁଁ ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି ଏବଂ ଏହାର କାର୍ୟ୍ୟ ବନ୍ଦ ରହିଛି। ଏହା ବ୍ୟତୀତ ପୁନାଖା-ଗାସା ରାଜପଥର ଜୋମଲିଙ୍ଗଥାଙ୍ଗ ଅଞ୍ଚଳରେ ରାସ୍ତା ଉପରେ ପଙ୍କ ଓ ମାଟି ଜମି ଯାଇ ଯାତାୟାତ ବାଧାପ୍ରାପ୍ତ ହୋଇଛି।

Related posts

ମମତାଙ୍କ ବଡ଼ ଆକ୍ସନ, ୮ ହେଭିୱେଟ୍ ନେତା ବହିଷ୍କୃତ

mahabharatanews

ଆସନ୍ତା ୨୦ ତାରିଖରେ ଯୁକ୍ତ +୨ ପରୀକ୍ଷାର ଫଳାଫଳ ପ୍ରକାଶ

mahabharatanews

୨୦୦ବର୍ଷ ପରେ ଜନ୍ମ ହେଲା ଝିଅ; ଆସିଲା ରଥରେ  

mahabharatanews