ଓଡିଶା

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମିଣ) ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଲେ ଜଙ୍ଗଲ ପରିବେଶ ମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେବଳ ଏକ ଗୃହ ନିର୍ମାଣ ଯୋଜନା ନୁହେଁ, ଏହା ଗରିବ ଓ ଅସହାୟ ଗ୍ରାମୀଣ ପରିବାରଙ୍କ ଜୀବନରେ ସୁରକ୍ଷା, ସମ୍ମାନ ଓ ନୂତନ ଆଶା ସଞ୍ଚାର କରିବାର ଏକ ମହତ୍ ଅଭିଯାନ । ନିଜର ଏକ ପକ୍କା ଘର ହେବା ପ୍ରତ୍ୟେକ ପରିବାରର ସ୍ୱପ୍ନ ଏହି ଯୋଜନା ସେହି ସ୍ୱପ୍ନକୁ ସାକାର କରିବା ସହିତ ଗ୍ରାମୀଣ ଜୀବନଧାରଣର ମାନକୁ ଉନ୍ନ‌ତ କରିବାରେ ସହାୟକ ହେବ। କେନ୍ଦୁଝର ଜିଲ୍ଲାରେ ମଧ୍ୟ ଏହି ଯୋଜନାର ସଫଳ ରୂପାୟନ ପାଇଁ ପ୍ରଶାସନ ଓ ଜନପ୍ରତିନିଧି ମାନେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ବିଗତ ବର୍ଷ ମାନଙ୍କରେ ସର୍ବମୋଟ ୧,୫୬,୦୦୪ ଗୋଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ), ୬୧୩୪ ଗୋଟି ଅନ୍ତୋଦୟ ଗୃହ ଯୋଜନା ଏବଂ ୯୩୫୯ ଗୋଟି ପି.ଏମ୍. ଜଳମନ ଗୃହ ସମ୍ପୁର୍ଣ ହୋଇଅଛି |

ଗ୍ରାମପଞ୍ଚାୟତ ସ୍ତରରେ କରାଯାଇଥିବା ପ୍ରାରମ୍ଭିକ ସର୍ବେକ୍ଷଣ ଅନୁଯାୟୀ, ଜିଲ୍ଲାରେ ୧,୩୩,୧୧୯ ଜଣ ହିତାଧିକାରୀଙ୍କ ନାମଙ୍କ ଗୃହ ସହାୟତା ପାଇଁ ସ୍ଥାୟୀ ଅପେକ୍ଷା ଚାଲିକା (Permanent Wait List) ପ୍ରକାଶ ପାଇଛି | ଆଜି କେନ୍ଦୁଝର ଅଡିଟରୀୟମ ରେ ଆୟୋଜିତ ସଭା ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ। ତେବେ ଜିଲ୍ଲାକୁ ମିଳିବାକୁ ଥିବା ଆଦାସ ଲକ୍ଷ୍ୟ ଅନୁଯାୟୀ, ସରକାରଙ୍କ ନିର୍ଦ୍ଧାରିତ ନିୟମ ଓ ଅଗ୍ରାଧିକାର ମାନଦଣ୍ଡ ଆଧାରରେ ଯୋଗ୍ୟ ହିତାଧୁକାରୀଙ୍କୁ ଗୃହ ଆବଣ୍ଟନ କରାଯିବ। ଏହି ପ୍ରକ୍ରିୟାରେ ସ୍ବଚ୍ଛତା, ନିରପେକ୍ଷତା ଓ ଯୋଗ୍ୟତାକୁ ସର୍ବାଧ‌ିକ ପ୍ରାଧାନ୍ୟ ଦେବା ସମସ୍ତଙ୍କ ଦାୟିତ୍ବ ବୋଲି କହିଛନ୍ତି।

Related posts

ପଳାଶୁଣୀ ଛକରେ ପୁଣି ଦୁର୍ଘଟଣା, କାର୍ ଉପରେ ଚଢ଼ିଗଲା କାର୍

mahabharatanews

୨୫ ଯାଏ ସମୁଦ୍ରକୁ ମନା

mahabharatanews

ଟ୍ରକ୍ ତଳେ ଚାପି ହୋଇ ହେଲପର ମୃତ, ଡ୍ରାଇଭର ଗୁରୁତ୍ୱର

mahabharatanews