ସୁନା କିଣିବାକୁ ଅପେକ୍ଷା କରିଥିବା ଗ୍ରାହକଙ୍କ ପାଇଁ ଖୁସି ଖବର। କମିଲା ସୁନା ଦର। ସୁନା ଦରରେ ହ୍ରାସ ହେବା ପରେ ଗ୍ରାହକଙ୍କ ମଧ୍ୟରେ ଦେଖାଦେଇଛି ଉତ୍ସାହ। ବିଶେଷ କରି ବିବାହ ଋତୁରେ ଗହଣା କିଣିବାକୁ ଯୋଜନା କରୁଥିବା ପରିବାରଙ୍କ ପାଇଁ ଏହା ଆଶ୍ୱସ୍ତିକର ଖବର। ସୁନା ଦରରେ ଉତ୍ଥାନ ପତନ ଲାଗି ରହିଥିବା ବେଳେ ଏବେ ଦର କମିବା ଗ୍ରାହକଙ୍କୁ କିଛିଟା ଆଶ୍ୱସ୍ତ କରିଛି। ଅନ୍ତର୍ଜାତୀୟ ବଜାରରେ ସୁନାର ଚାହିଦା, ଡଲାରର ମୂଲ୍ୟ, ଆମେରିକାର ଆର୍ଥିକ ନୀତି ଏବଂ ବିଶ୍ୱରେ ଜାରି ରହିଥିବା ଅସ୍ଥିରତା ଭଳି ଅନେକ କାରଣ ସୁନା ଦରକୁ ପ୍ରଭାବିତ କରିଥାଏ।

ତେବେ ସୁନା କିଣିବା ପୂର୍ବରୁ ଗ୍ରାହକମାନେ ନିଜ ସହରର ବଜାର ଦର ଯାଞ୍ଚ କରିବା ଜରୁରୀ। ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନାର ଦର ଅଲଗା ରହିଥାଏ। ଏହା ସହିତ ଗହଣା କିଣିବା ସମୟରେ ମେକିଂ ଚାର୍ଜ ଓ ଜିଏସ୍ଟି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ତେବେ ଆଗକୁ ସୁନା ଦର ଆହୁରି କମିବ ନା ବଢ଼ିବ, ତାହା ଉପରେ ଏବେ ସମସ୍ତଙ୍କ ନଜର।ମଲ୍ଟି କମୋଡିଟି ଏକ୍ସଚେଞ୍ଜ ବା ଏମ୍ସିଏକ୍ସରେ ୧୦ ଗ୍ରାମ ସୁନା ଦର ପ୍ରାୟ ୧୪୦୦ ଟଙ୍କା କମିଛି। ସେହିପରି ରୁପା ଦରରେ ମଧ୍ୟ ପ୍ରାୟ ୬ ହଜାର ଟଙ୍କାର ହ୍ରାସ ଘଟିଛି।
