ଵାଣିଜ୍ୟ

ଚଳିବନି ଏକଚାଟିଆ ମନୋଭାବ । ଗୁଗଲ କମ୍ପାନୀକୁ ଝଟକା

(ନୂଆଦିଲ୍ଲୀ): ଦୁନିଆର ସବୁଠାରୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ ଗୁଗଲକୁ ବଡ଼ ଝଟକା ମିଳିଛି । ୧୭୭ ମିଲିୟନ୍ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୧୩୦୫ କୋଟି ଟଙ୍କାର ଜୋରିମାନା ଲାଗିଛି ଗୁଗଲ ଉପରେ । ମୋବାଇଲ ଅପରେଟିଂ ସିଷ୍ଟମ ଏବଂ ଆପ୍ ମାର୍କେଟରେ ଏକଚାଟିଆ ମନୋଭାବ ପାଇଁ ଗୁଗଲକୁ ଏହି ଝଟକା ମିଳିଛି । ଗୁଗଲର ମନମୁଖୀ କାର୍ଯ୍ୟ ପାଇଁ ଦକ୍ଷିଣ କୋରିଆରେ ଏକ ବିଲ ପାସ୍ କରାଯାଇଥିଲା । ମାତ୍ର ଏବେ ତାହା ଆଇନରେ ପରିଣତ ହୋଇଛି । ସବୁଠାରୁ ବଡ଼ କଥା ହେଉଛି ଆଇନ୍ ଆସିବା ପରେ ପ୍ରଥମ ଥର ପାଇଁ ଗୁଗଲ ଉପରେ ଏତେ ବଡ଼ ଝଟକା ଲାଗିଛି । ଅନେକ ବର୍ଷ ହେଲା ଗୁଗଲ ଆପ୍ ହେଲପର୍ସଙ୍କୁ ନିଜର ପେମେଣ୍ଟ ସିଷ୍ଟମ ବ୍ୟବହାର କରିବାକୁ ଚାପ ପକାଇ ଆସୁଥିଲା ।

 

 

 

Related posts

ମଝି ଆକାଶରେ ଦୋହଲିବାକୁ ଲାଗିଥିଲା ଏୟାର ଇଣ୍ଡିଆର ବିମାନ, ୭ ଜଣ ଯାତ୍ରୀ ଆହତ

mahabharatanews

ଏକ ଗ୍ରାମ ସୁନାର ଦାମ ଏକ କପ୍ ଚା ଠାରୁ ମଧ୍ୟ କମ୍ ।

mahabharatanews

ଦେଶରେ ବ୍ୟାଙ୍କଗୁଡ଼ିକର ମିଶ୍ରଣ କରି ଏକ ବିଶ୍ବସ୍ତରୀୟ ବ୍ୟାଙ୍କ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି

mahabharatanews