ଗ୍ରୁପ୍ ଅଫ୍ ଟ୍ୱେଣ୍ଟି କିମ୍ୱା ଜି-୨୦ ଶ୍ୱର ପ୍ରମୁଖ ବିକଶିତ ତଥା ବିକାଶଶୀଳ ଅର୍ଥନୀତିର ଏକ ସଂଗଠନ।ଳିତ ବର୍ଷ ଜି -୨୦ର ସଭାପତି ପଦ ଅଳଙ୍କୃତ କରି ଭାରତ ବିଶ୍ୱ ନେତୃତ୍ୱ ନେବାର ପ୍ରଥମ ସୋପାନ ଚଢ଼ିଛି। ଏହାର ବାର୍ଷିକ ସମ୍ମିଳନୀକୁ ନୂଆଦିଲ୍ଲୀରେ କରିବା ସ୍ୱାଧୀନତା ପରବର୍ତ୍ତୀ ଭାରତର ସବୁଠୁ ବୃହତ ସଫଳ ବୈଦିଶିକ ନୀତି ରୂପରେ ବିବେଚନା କରାଯାଉଛି।ପ୍ରଥମ କରି ବିଶ୍ୱର ସବୁଠୁ ଶକ୍ତିଶାଳୀ ଓ ଧନୀ ରାଷ୍ଟ୍ରର ମୁଖ୍ୟମାନେ ଏକାସଙ୍ଗେ ଭାରତରେ ପହଞ୍ଚିବେ। ସାରା ବିଶ୍ୱର ଦୃଷ୍ଟି ଆମର କଳା, ସଂସ୍କୃତି ଓ ଆତିଥ୍ୟ ଉପରେ ନିବଦ୍ଧ ରହିବ। ଏଥିରେ ଭାରତ, ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ବ୍ରାଜିଲ, କାନାଡା, ଚୀନ୍, ଫ୍ରାନ୍ସ, ଜର୍ମାନୀ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, କୋରିଆ, ମେକ୍ସିକୋ, ରୁଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ବ୍ରିଟେନ, ଆମେରିକା ଏବଂ ୟୁରୋପୀୟ ସଂଘ ଅନ୍ତର୍ଭୁକ୍ତ ।
ଅତୀତରେ କେବେ ‘ବିଶ୍ୱ ଗୁରୁ’ ଆଖ୍ୟା ପାଇଥିବା ଭାରତ ପୁଣିଥରେ ଆଧୁନିକ ବିଶ୍ୱକୁ ନିଜର ସଫଳତା ଓ ୧୪୩ କୋଟି ନାଗରିକଙ୍କ କଲ୍ୟାଣ ପାଇଁ ଉପଯୋଗ କରୁଥିବା ମହତ୍ତ୍ୱପୂର୍ଣ୍ଣ ଯୋଜନାଗୁଡ଼ିକର ସଫଳ ରୂପାୟନକୁ ବିଶ୍ୱ କଲ୍ୟାଣ ପାଇଁ ରାଷ୍ଟ୍ର ମୁଖ୍ୟମାନଙ୍କ ଆଗରେ ପରସିବ।ଜି-୨୦ରେ ୮୫ ପ୍ରତିଶତ ଉତ୍ପାଦ ଓ ୭୫ ପ୍ରତିଶତ ବାଣିଜ୍ୟକୁ ନିୟନ୍ତ୍ରଣ କରେ। ତେବେ ଜି-୨୦ର ସଭାପତି ପଦ ଅଳଙ୍କୃତ କଲା ପରେ ଭାରତ ଓ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ହଠାତ ବିଶ୍ୱବାସୀଙ୍କ ନଜରକୁ ଆସି ଯାଇଛନ୍ତି।ସେ ଜନଧନ ବ୍ୟାଙ୍କ ଆକାଉଣ୍ଟ ଯୋଜନା ହେଉ କିମ୍ୱା ବିଶ୍ୱ କୋଭିଡ୍ ମହାମାରୀ ବେଳେ ସାରା ବିଶ୍ୱକୁ ଔଷଧ ଓ ଟିକା ଯୋଗେଇବାରେ ଅଗ୍ରଣୀ ଭୂମିକା ହେଉ, ଏହିପରି ବୃହତ ଜନକଲ୍ୟାଣ ଯୋଜନା ପୃଥିବୀର ଅନ୍ୟ ଭାଗରେ କିପରି ଅନୁରୂପ କାର୍ୟ୍ୟକାରୀ କରାଯାଇ ପାରିବ, ତାହା ସାରା ବିଶ୍ୱକୁ ଭାରତ ଗର୍ବର ସହିତ କହିବ। ଭାରତର ସବୁ ରାଜ୍ୟରେ ୨୦୦ ରୁ ଅଧିକ ବୈଠକ ହେବାକୁ ଯାଉଥିବାବେଳେ ଦେଶର ଯୁବା ଶକ୍ତି ଏଥିରେ ଭାଗ ନେବ ଓ ନିଜର ପ୍ରତିଭା ଓ ଜ୍ଞାନକୌଶଳ ସହିତ ବିଶ୍ୱକୁ ପରିଚିତ କରାଇବ। ଖୁବ୍ ଅଳ୍ପଦିନ ଭିତରେ ଭାରତର ଡିଜିଟାଲ ପରିବର୍ତ୍ତନ ଓ ନିପଟ ମଫସଲର ଛୋଟ ଚାହା ଦୋକାନୀ ଟିଏଠାରୁ ଆରମ୍ଭ କରି ବଡ଼ ବଡ଼ ବ୍ୟବସାୟ ପର୍ୟ୍ୟନ୍ତ ଯେପରି ଭାବରେ ଡିଜିଟାଲ କାରବାର କରୁଛନ୍ତି, ତାହା ସମଗ୍ର ବିଶ୍ୱ ପାଇଁ ଏକ ଜ୍ୱଳନ୍ତ ଉଦାହରଣ। ବିଶ୍ୱର ବଡ଼ ବଡ଼ ଆର୍ଥିକ ମହାଶକ୍ତି ଏହାକୁ ଆପଣେଇ ବାକୁ ଆଗଭର।