ଓଡିଶାଭାରତରାଜନୀତି

ଓଡିଶା ଆସିବେ ଆସିଆନର ଏକ ପ୍ରତିନିଧି ଦଳ

ଭୁବନେଶ୍ୱର: ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ ପୂର୍ବରୁ ଆସିଆନାର ଏକ ପ୍ରତିନିଧି ଦଳ ଓଡ଼ିଶା ଆସିବେ ।ତେବେ ଓଡ଼ିଶାରେ ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ, ଖଣି, ଆଇଟି ଆଦି କ୍ଷେତ୍ରରେ କ’ଣ ସୁଯୋଗ ରହିଛି, ତାହା ଅନୁଧ୍ୟାନ କରିବେ। ଦିଲ୍ଲୀରେ ୨୭ ଦେଶର ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଲୋଚନା ବେଶ୍‌ ଉତ୍ସାହଜନକ ରହିଛି । ମେକ୍‌ ଇନ ଓଡିଶା କନକ୍ଲେଭର ତୃତୀୟ ସଂସ୍କରଣକୁ ବିରାଟ ସଫଳତା ମିଳିବ ବୋଲି ଆଲୋଚନା ହେଉଛି | ସେହିପରି ଦିଲ୍ଲୀ ପରେ ମୁମ୍ବାଇରେ ଖୁବଶୀଘ୍ର ଓଡିଶା ଇନଭେଷ୍ଟର୍ସ ମିଟ ହେବାକୁ ଯାଉଛି । ପରବର୍ତ୍ତୀ ସମୟରେ ବେଙ୍ଗାଲୁରୁ, ଚେନ୍ନାଇ, କୋଲକାତା ଆଦି ସ୍ଥାନରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ ହେବ । ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ଏହି ସୂଚନା ଦେଇଛନ୍ତି | ଅନେକ ଦେଶ ମାନଙ୍କ ମଧ୍ୟରୁ ମିଆଁମାର, ଇଣ୍ଡୋନେସିଆ, ଫିଲିଫାଇନ୍ସ, ଥାଇଲାଣ୍ଡ, ମାଲେସିଆ, ସିଙ୍ଗାପୁର, ଭିଏତନାମ ଆଦି ଦେଶର ପ୍ରତିନିଧି ଓଡ଼ିଶା ଆସିବେ । ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ କ’ଣ କ’ଣ ସୁଯୋଗ ରହିଛି, ତାହା ବୁଲି ଦେଖିବେ ପ୍ରତିନିଧି ଦଳ । ତେବେ ଗତ ୩୧ ତାରିଖରୁ ୬ଦିନିଆ ଗସ୍ତରେ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ ପାଇଁ ଦିଲ୍ଲୀ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |

Related posts

“ଜନ୍ତର ମନ୍ତରରେ ଧାରଣା ଦେଇପାରିବେନି କୁସ୍ତିଯୋଦ୍ଧା”: ଦିଲ୍ଲୀ ପୋଲିସ

mahabharatanews

ନକ୍ସଲଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ୨ ଯବାନ ସହିଦ

mahabharatanews

ଖଜୁରୀଡିହା କ୍ୱାରେଣ୍ଟାଇନ ସେଣ୍ଟରରେ ପ୍ରବାସୀଙ୍କୁ ମିଳୁଛି ବାସି ଖାଦ୍ୟ

mahabharatanews