ଭାରତ

“ଜନ୍ତର ମନ୍ତରରେ ଧାରଣା ଦେଇପାରିବେନି କୁସ୍ତିଯୋଦ୍ଧା”: ଦିଲ୍ଲୀ ପୋଲିସ

(ଦିଲ୍ଲୀ) :  ବିରୋଧ ପ୍ରଦର୍ଶନ କରୁଥିବା କୁସ୍ତିଯୋଦ୍ଧାଙ୍କ ବିରୋଧରେ ଦଙ୍ଗା ଅଭିଯୋଗ ଆଣିବାର ଗୋଟିଏ ଦିନ ପରେ ଦିଲ୍ଲୀ ପୋଲିସ କହିଛି ଯେ ଗତକାଲି ବିକ୍ଷୋଭକାରୀମାନେ ବାରମ୍ବାର ଅନୁରୋଧ ସତ୍ତ୍ୱେ ଆଇନ ଉଲ୍ଲଂଘନ କରିଛନ୍ତି, ଯେଉଁଥିପାଇଁ ଦିଲ୍ଲୀର ଜନ୍ତର ମନ୍ତରରେ ଦିଲ୍ଲୀର ନିର୍ଦ୍ଦିଷ୍ଟ ବିରୋଧ ସ୍ଥାନ ବନ୍ଦ କରିଦିଆଯାଇଛି ।

ସୂଚନାନୁଯାୟୀ,  ଭବିଷ୍ୟତରେ କୁସ୍ତିଯୋଦ୍ଧାମାନେ ପୁନର୍ବାର ଧାରଣା ରେ ବସିବା ପାଇଁ ଅନୁମତି ମାଗିଲେ, ସେମାନଙ୍କୁ ଜନ୍ତର ମନ୍ତର ବ୍ୟତୀତ ଅନ୍ୟ କୌଣସି ଉପଯୁକ୍ତ ସ୍ଥାନରେ ଅନୁମତି ଦିଆଯିବ ବୋଲି ନୂଆଦିଲ୍ଲୀ ଡେପୁଟି କମିଶନର ଟ୍ୱିଟ୍ କରି କହିଛନ୍ତି ।

‘ଆବଶ୍ୟକ ହେଲେ ଗୁଳି କରିବୁ’ ଅବସରପ୍ରାପ୍ତ ଆଇପିଏସର ଟ୍ୱିଟରେ ବଜରଙ୍ଗ ପୁନିଆ କହିଛନ୍ତି – ଗୁଳି ଖାଇବାକୁ କେଉଁଠିକୁ ଆସିବି କୁହ ଗତକାଲି ନୂଆ ସଂସଦ ଆଡ଼କୁ ଅଗ୍ରସର ହେବା ସମୟରେ ଦିଲ୍ଲୀ ପୋଲିସ୍ ଜାତୀୟ ରାଜଧାନୀରେ ଅଲିମ୍ପିଆନ୍ ଏବଂ କମନୱେଲଥ୍ ଗେମ୍ସ ଚାମ୍ପିଅନ୍ ମାନଙ୍କ ସହ ଟଣାଓଟରା କରୁଥିବା ଦେଖିବାକୁ ମିଳିଥିଲା । ଏହାର ଭିଡ଼ଓ ସାରା ଦେଶରେ ଭାଇରାଲ ହେବାରେ ଲାଗିଥିଲା ।

Related posts

ଇସ୍ତଫା ଦେଲେ ପଞ୍ଜାବ ରାଜ୍ୟପାଳ

mahabharatanews

ମେକ୍ସିକୋ ଏବଂ ଗୁଆଟେମାଲାରେ ଭୂକମ୍ପ

mahabharatanews

ଭାରତ-ୱେଷ୍ଟଇଣ୍ଡିଜ୍‌ T20 ସିରିଜ୍‌: ରୋହିତ ଶର୍ମାଙ୍କ ନେତୃତ୍ୱରେ ଖେଳିବ ଟିମ୍‌ ଇଣ୍ଡିଆ

mahabharatanews