ଓଡିଶା

ପାରିବାରିକ କଳହ ନେଇଗଲା ଦମ୍ପତିଙ୍କ ଜୀବନ

ଯାଜପୁର : ଅସହ୍ୟ ହେଇପଡୁଛି ପାରିବାରିକ କଳି । ପାରିବାରିକ କଳି ଯୋଗୁ ଚାଲିଯାଉଛି ଅନେକ ଜୀବନ । ଶେଷରେ ଆତ୍ମହତ୍ୟା ବାଟ ବାଛି ନେଉଛନ୍ତି ଲୋକେ । ଏ ଭଳି କିଛି କରିଛନ୍ତି ଜଣେ ଦମ୍ପତି। ସ୍ୱାମୀ ରଶି ଲଗାଇ ଆତ୍ମହତ୍ୟା କରିଥିବାବେଳେ ତାଙ୍କ ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ କରଦା ପଞ୍ଚାୟତର ଭକଣ୍ଡରୀ ଗାଁରେ।

ମୃତ ଦମ୍ପତି ହେଲେ କେଶବ ବେହେରା ଓ ତାଙ୍କ ପତ୍ନୀ ଝୁନୁଲତା ବେହେରା। ସ୍ତ୍ରୀ ଓ ସ୍ୱାମୀଙ୍କ ମଧ୍ୟରେ କେଉଁ କାରଣ ପାଇଁ ଝଗଡ଼ା ହୋଇଥିଲା ଯୋଗୁ କେଶବ ଘର ପଛପଟେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ପରେ ଝୁନୁଲତା ଘରେ ଥିବା କୀଟନାଶକ ପିଇ ଦେଇଥିଲେ। ଗ୍ରାମବାସୀ ଗୁରୁତର ଅବସ୍ଥାରେ ଝୁନୁଲତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପାଣିକୋଇଲି ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Related posts

ନୟାଗଡ଼ ଜିଲ୍ଲାକୁ ବ୍ୟାପିଲା କରୋନା

mahabharatanews

୫-ଟି ଅଧ୍ୟକ୍ଷଙ୍କ ସମ୍ବଲପୁର ଗସ୍ତ

mahabharatanews

ଜୁନ୍‌ରେ ନକ୍ସଲ ବିରୋଧୀ ଅଭିଯାନ

mahabharatanews