ଭାରତ

ଦିଲ୍ଲୀ ଲାଜପତ ନାଗରର ଏକ ଶିଶୁ ଡାକ୍ତରଖାନାରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଲାଜପତ ନାଗରର ଏକ ଶିଶୁ ଡାକ୍ତରଖାନାରେ ଅଗ୍ନିକାଣ୍ଡ । ସେଠାରେ ଥିବା ଆଇ ସେଭେନ ହସ୍ପିଟାଲରେ ହଠାତ ନିଆଁ ଲାଗିଯାଇଥିବା କୁହାଯାଉଛି । ଏହା ପରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ଅଗ୍ନଶମ ବିଭାଗକୁ ଖବର ଦିଆଯାଇଥିଲା । ଏନେଇ ଖବର ପାଇଁ ପାଖାପାଖି ୧୬ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚିଛି । ନିଆଁ ଏତେ ଭୟଙ୍କର ଭାବେ ଲାଗିଛି ଯେ ବିଲ୍ଡିଂରୁ ଉଚ୍ଚ ପର୍ଯ୍ୟନ୍ତ କଳା ଧୂଆଁ ଉଠୁଛି । ତେବେ ଖବର ପାଇଁ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଥିବା କୁହାଯାଉଛି ।
ସୂଚନା ଅନୁଯାୟୀ,ନିକଟରେ ମଧ୍ୟ ଏହିପରି ଅଗ୍ନୀକାଣ୍ଡ ଦିଲ୍ଲୀର ଏକ ବେବି କେୟାର ସେଣ୍ଟରରେ ଘଟୀଥିଲା । ଏଠାରେ ଭୟଙ୍ଗର ନିଆଁ ଲାଗି ୭ଜଣ ନବଜାତ ଶିଶୁଙ୍କର ମୃତ୍ୟୁ ହୋଇଥିଲା । ଅଧିକାରିଙ୍କ କହିବା ଅନୁଯାୟୀ , ସମୁଦାୟ ୧୨ ନବଜାତ ଶିଶୁଙ୍କୁ ଡାକ୍ତରଖାନାରୁ ସୁରକ୍ଷିତ ଭାବେ ବାହାରକୁ ନିଆଯାଇଥିଲା ।

Related posts

ରାମ ମନ୍ଦିରର ସମ୍ପୂର୍ଣ୍ଣ ହେବ ନିର୍ମାଣ କାର୍ଯ୍ୟ ଶେଷ 

mahabharatanews

ଭୂକମ୍ପ ଝଟକାରେ ଥରିଲା ଆଣ୍ଡାମାନ ଓ ନିକୋବର 

mahabharatanews

୨୨ରେ ଜି-୨୦ ବୈଠକ, ସୁରକ୍ଷା କଡ଼ାକଡ଼ି

mahabharatanews