ଓଡିଶା

ମାଟି ତଳୁ ବାହାରିଲା ପୁଳା ପୁଳା ଟଙ୍କା

ଭୁବନେଶ୍ୱର : ମାଟି ତଳୁ ବାହାରିଲା ପୁଳା ପୁଳା ଟଙ୍କା । ଏ ଘଟଣା ଘଟିଛି ଦେବଗଡ ଜିଲ୍ଲାରେ । ଗୋଟିଏ ଅଖାରେ ଭର୍ତ୍ତି କରି ମାଟି ତଳେ  ପୋତା ହୋଇ ରଖାଯାଇଥିଲା ।   ଜଣେ ଲୁଟେରା ଏସବୁ ଟଙ୍କା ଚୋରି କରି ଅଖାରେ ପୂରାଇ ମାଟି ତଳେ  ପୋତି ଦେଇଥିଲେ । କିଛି ଦିନ ତଳେ ସମ୍ବଲପୁର ଶୀଲା ଟାୱାର ହୋଟେଲରୁ ୩୯ ଲକ୍ଷ ଟଙ୍କା ଚୋରି ହୋଇଥିଲା । ହୋଟେଲର ଜଣେ କର୍ମଚାରୀ ଟଙ୍କା ଲୁଟ୍ କରି ଦେବଗଡ଼ ଜିଲ୍ଲାକୁ ପଳାଇଥିଲେ । ସେଠାରେ ମାଟି ଖୋଳି ଟଙ୍କାକୁ ପୋତି ଦେଇଥିଲେ । ପୋଲିସ ଚୋରି ହୋଇଥିବା ଟଙ୍କାକୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ।

ସୂଚନାଅନୁସାରେ , ଅତିରିକ୍ତ ଏସ୍‌ପି ତପନ ମହାନ୍ତି, ଏସ୍‌ଡିପିଓ ପ୍ରଦୀପ ସାହୁ, ଧନୁପାଲି ଥାନା ଅଧିକାରୀ ଅନିତା ପ୍ରଧାନଙ୍କ ନେତୃତ୍ବରେ ଯାଇଥିବା ପୁଲିସ୍ ଟିମ୍ ରିଆମାଳ ପୁଲିସ୍‌ ସହାୟତାରେ ମାଟି ତଳୁ ୩୨ ଲକ୍ଷ ଟଙ୍କା ଉଦ୍ଧାର କରିବା ସହ ରାକେଶକୁ ଗିରଫ କରିଥିଲା । ଏହି ଘଟଣାରେ ଆଉ ୪-୫ ଜଣ ସଂପୃକ୍ତ ଥିବା କହାଯାଉଛି । ଏସ୍‌ପି ବି ଗଂଗାଧର ୩୨ ଲକ୍ଷ ଟଙ୍କା ଉଦ୍ଧାର ହୋଇଥିବା ଓ ଜଣେ ବ୍ୟକ୍ତି ଗିରଫ ହୋଇଥିବା ବିଷୟକୁ ସ୍ବୀକାର କରିଛନ୍ତି ଓ ଗୁରୁବାର ଏ ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିବେ ବୋଲି କହିଛନ୍ତି ।

ଅନ୍ୟପଟେ ଏ ଘଟଣା କୁ  ସମ୍ବଲପୁର ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ସମ୍ବଲପୁର ପୁଲିସ୍‌କୁ ପ୍ରଶଂସା କରିଛି । ସଂଘର ପକ୍ଷରୁ ଜାରି ପ୍ରଶସ୍ତିପତ୍ରରେ ସଭାପତି ଅଶୋକ ଜଲାନ ସମସ୍ତ ସଦସ୍ୟଙ୍କ ତରଫରୁ ସମ୍ବଲପୁର ପୁଲିସ୍‌କୁ ଆନୁଷ୍ଠାନିକ ଭାବେ ପ୍ରଶଂସା କରିଛନ୍ତି ।  ଏନେଇ ଅଭିଯୋଗ ହେବା ପରେ କର୍ମଚାରୀଙ୍କ ସଂପୃକ୍ତି ସଂଦେହ କରି ପୁଲିସ୍ ସେହି ଦିଗ‌େର ତଦନ୍ତ ଆଗକୁ ବଢ଼ାଇଥିଲା ।

Related posts

କାହା ନିର୍ଦ୍ଦେଶରେ ଗୁପ୍ତ ବୈଠକ ? ବିଜେଡି ବୈଠକରେ ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା

mahabharatanews

ଅଗଷ୍ଟ ୧୬ରୁ ସାରା ରାଜ୍ୟରେ ବସ୍‌ ଚଳାଚଳ ବନ୍ଦ !

mahabharatanews

ପରୀକ୍ଷା ସେଣ୍ଟର ବଦଳି ଦାବିରେ କଲେଜ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ

mahabharatanews