ଓଡିଶା

ଖଇରମାଳ ବ୍ୟାରେଜ ନିର୍ମାଣ ଦାବି ନେଇ ପୁଣି ଉଠିଲା ସ୍ୱର

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଦେଶର ସର୍ବୋଚ୍ଚ ତାପମାତ୍ରା ଏଠାରେ ରେକର୍ଡ କରାଯାଇଛି । ଏହା ଜଣାପଡ଼ିବା ପରେ ଜିଲ୍ଲାର ଲୋକଙ୍କ ମନରେ ଏକ ଅଜଣା ଭୟ ଖେଳି ଯାଇଛି । ଜିଲ୍ଲାର କ୍ରମବର୍ଦ୍ଧିଷ୍ଣୁ ତାପମାତ୍ରା ଆଗାମୀ ଦିନରେ ଜିଲ୍ଲାକୁ ମରୁଭୂମିରେ ପରିଣତ କରି ଦେବ ନାହିଁ ତ ? ଏହି ଆଶଙ୍କା କରି ସହରର ବିଭିନ୍ନ ସଙ୍ଗଠନ ଏବେଠୁ ସତର୍କ ହେବାକୁ ସଚେତନ କଲେଣି।

ଏହି ସମୟରେ ଖଇରମାଳ ବ୍ୟାରେଜ ନିର୍ମାଣ ଦାବି ନେଇ ପୁଣି ସ୍ବର ଉଠିଛି। ସହରର ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନର କମକର୍ତ୍ତା ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହ ସବୁଜ ସୋନପୁର ଆମର ଦାବି, ଖଇରମାଳ ବ୍ୟାରେଜ ଆମର ଦାବି ଆଦି ବିଭିନ୍ନ ନାରାବାଜି ଦେଇ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ ମିଞ୍ଜଙ୍କୁ ପ୍ରଦାନ କରିଛନ୍ତି । ସେମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ ସୁବର୍ଣ୍ଣପୁର ସହର ସମଗ୍ର ଦେଶରେ ଏକ ଉତ୍ତପ୍ତ ସହର ପାଲଟି ସାରିଥିବାରୁ ଏହାର ମୁକାବିଲା ପାଇଁ ମହାନଦୀର ତଳମୁଣ୍ଡ ଖଇରମାଳ ଠାରେ ତୁରନ୍ତ ବ୍ୟାରେଜ ନିର୍ମାଣ ଅପରିହାର୍ୟ୍ୟ ହୋଇପଡ଼ିଛି। ଏଠାରେ ବ୍ୟାରେଜ ନିର୍ମାଣ ହେଲେ ଉଭୟ ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲାବାସୀ ବିଶେଷ ଉପକୃତ ହୋଇପାରିବେ ।

ଜିଲ୍ଲାରେ ବନୀକରଣ ବିଶେଷ କରି ସହରର ଚତୁଃପାର୍ଶ୍ଵରେ ବ୍ୟାପକ ବନୀକରଣ କରାଯିବାକୁ ସେମାନେ ଦାବି କରିଛନ୍ତି। ମହାନଦୀ କୂଳରେ ଆରମ୍ଭ କରା ଯାଇଥିବା ସବୁକ ମହାନଦୀ ମଣ୍ଡନ ବିଭାଗୀୟ ଅଧିକାରୀଙ୍କ ଅପାରଗତା ଯୋଗୁଁ ବିଫଳ ମାରିଛି ବୋଲି ସେମାନେ ଉଲ୍ଲେଖ କରିଛନ୍ତି । ଏହି ଅଭିଯାନରେ ଏକାଡେମୀ ସମ୍ପାଦକ ଗୋରେଖନାଥ ସାହୁ, ବରିଷ୍ଠ ନାଗରିକ କମିଟିର ନାରାୟଣ ପ୍ରସାଦ ରାୟଗୁରୁ, ଡ.ଜ୍ୟୋତିରଞ୍ଜନ ବଳିଦାର, ଶିକ୍ଷାବିତ ବ୍ରଜମୋହନ ଦାନୀ, ମହାନଦୀ ସାହିତ୍ୟ ସଂସଦ ସଭାପତି ଗଦାଧର ବାରିକ ଲକ୍ଷ୍ମୀନାରାୟଣ ସାହୁ, କଂଗ୍ରେସ ଆଇନ ସେଲର ସୁଧର ପଣ୍ଡା, ମନୋରଞ୍ଜନ ପାଣିଗ୍ରାହୀ, ମଦନ ମୋହନ ଦାନୀ, ନାରାୟଣ ସାହୁ, ଜ୍ୟୋତିରଞ୍ଜନ ପଟ୍ଟନାୟକ, ହରିହର ଶତପଥି , ସମାଜସେବୀ ତାପସ କୁମାର ବେଉରା ଓ ନିତ୍ୟାନନ୍ଦ ମାଝି ପ୍ରମୁଖଙ୍କ ସହ ବିଭିନ୍ନ ମେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା ଯୋଗ ଦେଇଥିଲେ।

Related posts

ରବିବାର ସମ୍ବଲପୁର ଜିଲ୍ଲା ସଟଡାଉନ ଘୋଷଣା

mahabharatanews

ଆଉ ୧୯୦୪ କରୋନା ସଂକ୍ରମିତ ରାଜ୍ୟରେ ଚିହ୍ନଟ

mahabharatanews

ବସ ଧକ୍କାରେ ଦୁଇ ସ୍କୁଟି ଚାଳକ ମୃତ

mahabharatanews