ପୁରୀ/ଜୟନ୍ତ କୁମାର ସେଠୀ : ଆସନ୍ତା ଜାନୁୟାରୀ ୨୫ ରୁ ୨୯ ତାରିଖ ପର୍ୟ୍ୟନ୍ତ ପୁରୀ ଶରଧାବାଲି ଠାରେ ଶ୍ରୀକ୍ଷେତ୍ର ମହୋତ୍ସବ ଅନୁଷ୍ଠିତ ହେବ।ଏହା ସହ ପଲ୍ଲିଶ୍ରୀ ମେଳା ଓ ମନୋଜ୍ଞ ସାଂସ୍କୃତିକ କାର୍ୟ୍ୟକ୍ରମର ଆୟୋଜନ କରିଯିବ ବୋଲି ସ୍ଥିର ହୋଇଛି। ଆଜି ସଂଧ୍ୟାରେ ସର୍କିଟ ହାଉସ ସମ୍ମିଳନୀ ଗୃହରେ ମହୋତ୍ସବ ଆୟୋଜନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏହି ମହୋତ୍ସବ କୁ ସମସ୍ତ ଙ୍କ ସହଯୋଗ ରେ ବର୍ଣ୍ଣାଢ୍ୟ ଓ ଆକର୍ଷଣୀୟ ଭାବେ ଆୟୋଜନ କରିବାକୁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ପ୍ରାରମ୍ଭିକ ସୂଚନା ଦେଇ ମହୋତ୍ସବ କମିଟି ର ଯୁଗ୍ମ ସମ୍ପାଦକ ଶ୍ରୀ ଚକ୍ରଧର ମହାପାତ୍ର ୨୦୦୦ ମସିହା ଠାରୁ ଏହି ମହୋତ୍ସବ ଆୟୋଜନ ହୋଇ ଆସୁଅଛି।ତେବେ କରୋନା ପାଇଁ ୨ ବର୍ଷ ବନ୍ଦ ରହିଥିଲା।ଚଳିତ ବର୍ଷ ଏହାକୁ ଅଧିକ ଆକର୍ଷଣୀୟ ଭାବେ ପାଳନ କରିବା ବୋଲି କହିଥିଲେ।୮ ଟି ଆଖଡା ଓ ୬୦ ଯାଗା ଘର ଏଥିରେ ସାମିଲ ହୋଇ ସେମାନଙ୍କ ପାରମ୍ପରିକ କଳା କୌଶଳ ଯଥା ସାହି ଯାତ,ନାଗା,ଆଖଡା ଇତ୍ୟାଦି ଏଥିରେ ପ୍ରଦର୍ଶନ କରିବେ ବୋଲି ସେ ସୂଚନା ଦେଇଥିଲେ।
ସେହିପରି ଜାନୁଆରୀ ୩ ରୁ ୧୨ ତାରିଖ ପର୍ୟ୍ୟନ୍ତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗ ରେ ଶ୍ରୀକ୍ଷେତ୍ର ପୁସ୍ତକ ମେଳାର ଆୟୋଜନ କରାଯିବ ବୋଲି ସ୍ଥିର ହେଲା। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଏସ ପି ଶ୍ରୀ ମିହିର ପ୍ରସାଦ ପଣ୍ଡା,ଡେପୁଟି କଲେକ୍ଟର ଶ୍ରୀ ରାମଚନ୍ଦ୍ର ପଟ୍ଟନାୟକ, କମିଟିର କାର୍ୟ୍ୟକାରୀ ସଭାପତି ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ସାମନ୍ତରାୟ,ସୁଭଦ୍ରାଙ୍କ ବାଡଗ୍ରାହୀ ଶ୍ରୀ ରାମଚନ୍ଦ୍ର ଦାସମହାପାତ୍ର, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଶ୍ରୀ ଅନନ୍ତ ତିଆଡି, ଆଠ ସାହି ସମ୍ପାଦକ ଶ୍ରୀ ନରେନ୍ଦ୍ର ମହାନ୍ତି,ଆଠ ସାହି ଆଖଡା ସଂଯୋଜକ ଶ୍ରୀ ଶ୍ୟାମ ସୁନ୍ଦର ମହାପାତ୍ର ,ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ହେମନ୍ତ ବେହେରା, ପର୍ୟ୍ୟଟନ ଅଧିକାରୀ ଶ୍ରୀ ସରୋଜ କୁମାର ପ୍ରଧାନ, ଓରମାସର ଡି ଏସ ଏମ ଏସ ଶ୍ରୀ ପ୍ରଶାନ୍ତ କୁମାର ଦାସ,କ୍ରିଡା ଅଧିକାରୀ ଶ୍ରୀ ଚନ୍ଦନ ସାହୁ ଅନ୍ୟାନ୍ୟ ଅଧିକାରୀ ଓ କମିଟି ର ସଦସ୍ୟ ମାନେ ଯୋଗ ଦେଇଥିଲେ ।