ଓଡିଶା

ଭିକ ମାଗି ଋଣ ସୁଝିଲେ ଭଗବତୀ ମାଉସି

ଭୁବନେଶ୍ୱର: ବୟସ ସୀନା ୮୦ ଛୁଇଁଲାଣି କିନ୍ତୁ ମନ ଆଜିବି ଜବାନ । ଦେଖନ୍ତୁ ଏହି ବୁଢି ମାଉସୀଙ୍କୁ । ଯାହାକୁ ଦେଖି ଜୀବନର ବାସ୍ତବତାକୁ ବୁଝିବାକୁ ଡେରି ହୁଏନି । କୁହାଯାଏ, ଜୀବନ କେତେବେଳେ କେଉଁ ମୋଡ ନେବ ଆଉ କେତେବେଳେ କେଉଁ ପରିସ୍ଥିତିରେ ଛିଡା କରେ ତାହା କିଏ ବା କହିବ । ଚମ ଧୁଡୁ ବୟସରେ ନା ଚାଳିବାକୁ ଗୋଡରେ ବଳ ଅଛି ନା ଆଖିକୁ ଭଲ ଦେଖାଯାଉଛି । ତଥାପି ଦାଉ ସାଜୁଛି ଏ ଜୀବନ । ଘର ଖଣ୍ଡିଏ କରିବା ପାଇଁ ଋଣ କରିଥିଲେ । ଯାହାକୁ ସୁଝିବା ପାଇଁ ରାସ୍ତା କଡରେ ଭିକ ମାଗିଥିଲେ ଏହି ବୁଢି ମାଉସୀ । ଯେମିତି ସେ ପଣ କରିଥିଲେ କାହା ଉପରେ ନିର୍ଭର ନ ହୋଇ ନିଜେ ରୂଣ ନିଜେ ସୁଝିବେ ବୋଲି ।

ଶେଷରେ ତାଙ୍କ ଅକ୍ଲାନ୍ତ ପରିଶ୍ରମର ଫଳ ମିଳିଛି । ବୁଢି ମାଉସୀଙ୍କ ଦୁଃଖ ନ କହିଲେ ନ ସରେ । ୨୦ବର୍ଷ ତଳେ ତାଙ୍କ ସ୍ୱାମୀ ତାଙ୍କୁ ଅଧାବାଟରେ ଛାଡି ଚାଲିଯାଇଥିଲେ । କଷ୍ଟେ ମଷ୍ଟେ ୩ ଝିଅ ଓ ପୁଅକୁ ଧରି ଗୁଜୁରାଣ ମେଣ୍ଟାଉଥିଲେ ଏହି ବୁଢି ମାଉସୀ । ଏହି ମାଉସି ଜଣକ ହେଲେ ଭୁବନେଶ୍ୱରର ବାଣୀବିହାରର ବାସିନ୍ଦା । ତାଙ୍କ ନାଁ ଭଗବତୀ ପାଣିଗ୍ରାହୀ । ସେ ମାଗିଯାଚି ଅତି କଷ୍ଟରେ ୩ ଝିଅକୁ ବାହା କରାଇଥିଲେ । ତାଙ୍କ ପରେ ଘର ନଥିବା କାରଣରୁ ଲୋନ ଆଣି ଘର ଖଣ୍ଡେ କରିଥିଲେ ପୁଅ ପାଇଁ । ହେଲେ ଋଣ ସୁଝିବା ନ ହେଉନି ଗତ ଝଡ଼ ତୋଫାନରେ ସେତିକ ବି ଉଜୁଡିଗଲା । ଘରେ ଭେଣ୍ଡିଆ ପୁଅ କିନ୍ତୁ ସେ ମାନସିକ ବିକୃତ । ଜ୍ୱାଇଁ କଲେ ମା’ର ଏପରି କଥା ଜାଣି ଝିଅମାନଙ୍କୁ ଖୁଣ୍ଟାଦେବେ ସେଥିପାଇଁ କିଛି ଜଣାଇନଥିଲେ ଭଗବତୀ ।

ବଡ ଝିଅ ଜ୍ୱାଇଁ ଆଉ କେତେ ବା ସାହାଯ୍ୟ କରିଥାନ୍ତେ । ସମ୍ବଳ ବୋଲି ମାସିକ ୫୫ ଟଙ୍କା ବାର୍ଦ୍ଧକ୍ୟ ଭତ୍ତାକୁ ପୁଅର ମାସକୁ ୫୦୦ ଭିନ୍ନକ୍ଷମ ଭତ୍ତା, ଆଉ ୧୦ କେଜି ଚାଉଳ । ଏତିକିରେ ତ ଜୀବନ ବଞ୍ଚିବା କଷ୍ଟ ଲୋକଙ୍କ ଧାର ସୁଝିବେ ବା କେଉଁଠୁ ଋଣ ବାବଦକୁ ମାସକୁ ଦେବାକୁ ପଡୁଛି ୪୦୦୦ ଟଙ୍କା । ତାକୁ ଆଣିବେ କେଉଁଠୁ । କାମ କରିବାକୁ ତ ଆଉ ବଳ ନାହିଁ । ତେଣୁ ଭିକ ମାଗିବାକୁ ଆରମ୍ଭ କଲେ । ହେଲେ ରାଜଧାନୀରେ ଭିକାରୀଙ୍କ ଉପରେ ବିଏମସିର କଡା ନଜର ତାଙ୍କୁ ରଖେଇଦେଲାନି ।

ତେଣୁ ବାଧ୍ୟ ହୋଇ ଚାଲିଆସିଲେ ଇସ୍ପାତ ନଗରୀ ରାଉରକେଲା । ମହାପ୍ରଭୁଙ୍କୁ ଆଶା କରିଛନ୍ତି, ଯାହା ଭିକ ମିଳୁଛି, ତାକୁ ନେଇ ଋଣ ସୁଝିବାକୁ ଆଣ୍ଟ ବାନ୍ଧିଛନ୍ତି ଭଗବତୀ ।ଭଗବତୀଙ୍କର ଏପରି କାହାଣୀ ଗଣମାଧ୍ୟମରୁ ଜାଣିବା ପରେ ତାଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ସ୍ଥାନୀୟ ସମାଜସେବୀ ମିନତୀ ଦେବତା ଓ ଅନ୍ୟ ସହୃଦୟ ବ୍ୟକ୍ତି । ତାଙ୍କୁ ଅବଶ୍ୟକ ଅର୍ଥ ଦେବାସହ ତାଙ୍କୁ ନେଇ ତାଙ୍କ ଘରେ ଛାଡିବା ପର୍ୟ୍ୟନ୍ତ ସବୁ କାମ କରିବାକୁ ବାହାରିଛନ୍ତି ।

Related posts

ରାଜ୍ୟରେ ସଂକ୍ରମଣ ହାର ପୁଣି ବଢ଼ିଲା

mahabharatanews

ଟ୍ରେନ୍ ଦୁର୍ଘଟଣା : ମୃତ୍ୟୁ ୨୮୮, ଆହତ ୯୦୦

mahabharatanews

ମର୍ମନ୍ତୁତ ସଡକ ଦୁର୍ଘଟଣା; ଜଣେ ମୃତ , ୩ ଗୁରୁତର

mahabharatanews