ଓଡିଶା

ଶ୍ରୀକ୍ଷେତ୍ର ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁରୀ : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲା ପ୍ରଶାସନ,ଜାଗା ଆଖଡା କମିଟି ଓ ଓରମାସ ର ମିଳିତ ସହଯୋଗରେ ଶରଧାବାଲି ଠାରେ ଶ୍ରୀକ୍ଷେତ୍ର ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ଚତୁର୍ଥ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା । ଏହି ସାଂସ୍କୃତିକ ସନ୍ଧ୍ୟାକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରି ମହୋତ୍ସବର ଉଦ୍ଦେଶ୍ୟ ସମସ୍ତ ଙ୍କୁ ଏକତ୍ର କରିବା ଓ ଭାଇଚାରା ପ୍ରତିଷ୍ଠା ବୋଲି କହିଥିଲେ । ବରିଷ୍ଠ ସଦସ୍ୟ ଚକ୍ରଧର ମହାପାତ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ କୁଣ୍ଢେଇ ବେଣ୍ଟ ସାହି ଆଖଡା ର ସଭାପତି ନାରାୟଣ ମହାପାତ୍ର,ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସମହାପାତ୍ର,ବାଲିସାହି ଆଖଡା ସଭାପତି ତଳଛୁ ନିଳକଣ୍ଠ ମହାପାତ୍ର,ବରିଷ୍ଠ ସଦସ୍ୟ ପ୍ରଫୁଲ୍ଲ କୁମାର ସାମନ୍ତରାୟ, ମହୋତ୍ସବ କମିଟିର ଯୁଗ୍ମ ସମ୍ପାଦକ ଅନନ୍ତ ତିଆଡି,ବରିଷ୍ଠ ସଦସ୍ୟ ନରେନ୍ଦ୍ର କୁମାର ମହାନ୍ତି,ପ୍ରଦ୍ୟୁମ୍ନ କୁମାର ମିଶ୍ର,କୃଷ୍ଣ ଚନ୍ଦ୍ର ସାମନ୍ତରାୟ,ଚନ୍ଦନ ପ୍ରତିହାରୀ,ଶ୍ୟାମ ସୁନ୍ଦର ମହାପାତ୍ର,ବାସୁଦେବ ତିଆଡି,ସୁରେନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ।ପରେ ଦୋଳମଣ୍ଡପ ସାହି ଓ ବାଲିସାହି ଜାଗା ଆଖଡାର କର୍ମକର୍ତ୍ତା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଦୁଇ ସାହି ପକ୍ଷରୁ ପାରମ୍ପରିକ ସାହିଯାତ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା।ନବ ପ୍ରତିଭାର କଳାକାର ମାନେ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିଥିଲେ। ପ୍ରାରମ୍ଭରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ରେ ବିଭିନ୍ନ ସାହି ମୁଖ୍ୟ ମାନଙ୍କୁ ସମ୍ମାନିତ କରାଯାଇଥିଲା।

Related posts

ଆଜି ଭୁବନେଶ୍ୱରରୁ ୨ ପଜିଟିଭ ଚିହ୍ନଟ

mahabharatanews

ଓପିଏସସିର ପରୀକ୍ଷାରେ ସ୍ୱଚ୍ଛତା ଆଣିବି: ଆଇପିଏସ ସତ୍ୟଜିତ ମହାନ୍ତି

mahabharatanews

ରାଜ୍ୟରେ ୪୨୪୧ ନୁଆ କରୋନା ପଜିଟିଭ ଚିହ୍ନଟ

mahabharatanews