ଓଡିଶା

ପାଣି ପଞ୍ଚାୟତର ସଚେତନତା ରଥ ଉଦଘାଟିତ

ପୁରୀ : ଜଳର ସଠିକ ପରିଚାଳନା ଓ ସୁ ବିନିଯୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟ ରେ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଏକ ସଚେତନତା ରଥକୁ ଆଜି ଜିଲ୍ଲାପାଳ ସମର୍ଥ ବର୍ମା ପତାକା ଦେଖାଇ ଉଦଘାଟନ କରିଛନ୍ତି । ଏହି ରଥ ଚଳିତ ମାସ ୧୫ ତାରିଖ ପର୍ୟ୍ୟନ୍ତ ଜିଲ୍ଲାର ବିଭିନ୍ନ ପାଣି ପଞ୍ଚାୟତ ବୁଲି ସଦସ୍ୟ ଓ ସମସ୍ତ କୃଷକ ମାନଙ୍କୁ ପାଣି ର ଉପଯୋଗ ସମ୍ପର୍କରେ ସଚେତନତାର ବାର୍ତ୍ତା ଦେବ। ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଜଳସମ୍ପଦ ବିଭାଗ ପକ୍ଷରୁ ଏହାର ଆୟୋଜନ କରାଯାଇଛି । ସହଭାଗି ଜଳସେଚନ ମାଧ୍ୟମରେ ତୃଣମୂଳ ସ୍ତରରେ ଜଳର ଉପଲବ୍ଧତାରେ ଗୁଣାତ୍ମକ ମାନ ବୃଦ୍ଧି ପରିପ୍ରେକ୍ଷୀରେ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଇଥାଏ ବୋଲି ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ରତ୍ନାକର ଦଳାଇ ସୂଚନା ଦେଇଥିଲେ । ଏହି କାର୍ୟ୍ୟକ୍ରମ ରେ ଉପଖଣ୍ଡ ଉପ ନିର୍ବାହୀ ଯନ୍ତ୍ରୀ ଭାଗବତ ମଲ୍ଲିକ, ପ୍ରଦୀପ କୁମାର ପାତ୍ର, ସନାତନ ପ୍ରଧାନ,ତନୁଜ କୁମାର ରାଉତ, ହିମାଂଶୁ ଶେଖର ଜେନା, ଶତାବ୍ଦୀ ଚୌଧୁରୀ, ସହକାରୀ ଯନ୍ତ୍ରୀ ଦୁର୍ଗା ମାଧବ ମିଶ୍ର, ଶିଶିର କାନ୍ତ ସାହୁ, ବିଜୟ କୁମାର ମିଶ୍ର, ବିଚିତ୍ରା ନନ୍ଦ ମାଝି, ସୁଶାନ୍ତ କୁମାର ଦୋରା ପ୍ରମୁଖ ଉପସ୍ଥିତ ଥିଲେ ।

 

Related posts

୩୦ ଜିଲ୍ଲାରୁ ୧୯୮୨ ସଂକ୍ରମିତ ଚିହ୍ନଟ

mahabharatanews

ଆସୁଛି ବର୍ଷା

mahabharatanews

ଓଡ଼ିଶାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ନଜଣାଇଲେ ଅଭିନନ୍ଦନ

mahabharatanews