ଓଡିଶା

ଓଡ଼ିଶା ରତ୍ନ ଭାବେ ସୁପ୍ରିତ୍ ସନ୍ତୋଷ ବଛାଙ୍କୁ ସମ୍ମାନିତ

ରାୟଗଡ଼ା: ଓଡ଼ିଶା ରତ୍ନ ଭାବେ ସୁପ୍ରିତ୍ ସନ୍ତୋଷ ବଛାଙ୍କୁ ସମ୍ମାନିତ କରାଯାଇଛି। ଭୁବନେଶ୍ୱରର ଭଞ୍ଜ କଳାମଣ୍ଡପଠାରେ ସଙ୍ଗୀତ ମୂର୍ଛନା ଓ ଓଡ଼ିଶା ସଂସ୍କୃତି କଳା ଏକାଡେମୀ ପକ୍ଷରୁ ଆୟୋଜିତ କାର୍ୟ୍ୟକ୍ରମରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ପ୍ରତିଭାବାନ୍ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସେହିପରି ରାୟଗଡ଼ା ଜିଲ୍ଲାରୁ ସୁପ୍ରିତ୍ ସନ୍ତୋଷ ବଛାଙ୍କୁ ଓଡ଼ିଶା ରତ୍ନ ଭାବେ ସମ୍ମାନିତ କରାଯାଇଛି। ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଲିଉଡ଼ର ଖ୍ୟାତନାମା ବରିଷ୍ଠ କଳାକାର ଶ୍ରୀକାନ୍ତ ଗୌତମ, ନିର୍ଦ୍ଦେଶକ ତଥା ଅଭିନେତା ଅଶୋକ ଭାଇ, ବିଷ୍ଣୁ ମୋହନ କବି, କେ ପି ଭାଇ ଏବଂ ଅନେକ ଜଣାଶୁଣା କଳାକାର ଉପସ୍ଥିତ ଥିଲେ।

Related posts

ଲଗାଣ ବର୍ଷାରେ ବେହାଲ ଚିକେନ ଓ ମଟନ ମାର୍କେଟ…

mahabharatanews

ଅକ୍ଟୋବରରେ ପଡିବନି ଶୀତ

mahabharatanews

ରେଳ ଦୁର୍ଘଟଣା : ଏଣିକି ବାହାନଗାରେ ଅଟକିବ ଟ୍ରେନ୍

mahabharatanews