ଓଡିଶା

ଦାଣ୍ଡ ମଝିରେ ମହିଳାକୁ ଆକ୍ରମଣ କଲେ ପୋଲିସ ବାବୁ : ଅଳ୍ପକେ ବର୍ତିଗଲେ ମହିଳା

ପୁରୀ/ସୁଜିତ୍ ସାହୁ : ପୋଲିସ୍ ବାବୁ ଙ୍କ ଦାଦାଗିରି । ଦାଣ୍ଡ ମଝିରେ ମହିଳାକୁ ଗୋଡାଇ ଗୋଡାଇ ଆକ୍ରମଣ କଲେ ପୋଲିସ ବାବୁ। ଜୈନିକ ମହିଳା ଙ୍କ ଚୁଟି ଘୋଷାଡି, ତଣ୍ଟି ଚିପି ମାରି ଦେବାକୁ କରୁଛନ୍ତି ଉଦ୍ୟମ । ଅଳ୍ପକେ ବର୍ତିଗଲେ ଜୈନିକ ମହିଳା। ଗୋଟିଏ ପରିବାର ଉପରେ ଏକାଧିକ ଲୋକେ କରିଥିଲେ ଆକ୍ରମଣ। ବ୍ରହ୍ମଗିରି ଜାଆଁଳା ଗାଁ ଦାଣ୍ଡ ପାଲଟି ପାଲଟିଲା ରଣକ୍ଷେତ୍ର। ସୋସିଆଲ ମିଡିଆରେ ଭିଡିଓ ହେଲା ଭାଇରାଲ। ଜାଆଁଳା ଗ୍ରାମର ହରିହର ଦାସ ଗାଁ ଦାଣ୍ଡରେ ଭୋଜି ଖାଉଥିବା ବେଳେ ସେହି ଗ୍ରାମର ବିଶ୍ବମ୍ବର ପଲାଇ କୈାଣସି କରଣକୁ ନେଇ ହଠାତ୍ ଆକ୍ରମଣ କରିଥିଲା। ଠେଙ୍ଗା ମାଡରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚିକିତ୍ସା ହେଉଛନ୍ତି ହରିହର। ସ୍ବାମୀ କୁ ଉଧାର କରିବାକୁ ଆସିଥିବା ସ୍ତ୍ରୀ କୁ ଘୋଶାଡି ମାରିଥିଲା ବିଶ୍ବମ୍ବର। ବିଶ୍ବମ୍ବର ପୋଲିସ୍ ବିଭାଗରେ କାର୍ୟ୍ୟ କରୁଥିବା ସୂଚନା ମିଳିଛି। ଏ ସମ୍ପର୍କରେ ବ୍ରହ୍ମଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଆହତ ହୋଇଥିବା ହରିହର ଦାସ।

Related posts

ଗଜପତି ରୁ ମହାରାଷ୍ଟ୍ର ଗଂଜେଇ ଚୋରା ଚାଲାଣ, ଦୁଇ ଗିରଫ

mahabharatanews

ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ଦମ୍ପତ୍ତି ଗୁରୁତର ସଙ୍କଟାପନ୍ନ: ମେଡିକାଲରେ ଭର୍ତ୍ତି

mahabharatanews

ଅବକାରୀ ବିଭାଗର ଚଢଉ, ୩ ଗାଡି ସିହତ୧୫୦କ୍ୱିଟାଂଲ ମହୁଲ ଜବତ

mahabharatanews