ଓଡିଶା

ପୁଲିସ୍ କର୍ମଚାରୀମାନଙ୍କ ପାଇଁ ଏକ ଗୌରବପୂର୍ଣ୍ଣ ଦିବସ

ଆଜିର ଦିନଟି ଭାରତବର୍ଷର ସମସ୍ତ ପୁଲିସ୍ କର୍ମଚାରୀମାନଙ୍କ ପାଇଁ ଏକ ଗୌରବପୂର୍ଣ୍ଣ ଦିବସ । ଆଜିକୁ ଠିକ୍ ୬୭ ବର୍ଷ ତଳେ ୧୯୫୯ ମସିହା ଅକ୍ଟୋବର ୨୧ ତାରିଖ ଦିନ ୧୦ ଜଣ ସିଆରପିଏପ୍ ଯବାନ ନିଜ ମାତୃଭୂମି ପାଇଁ କାର୍ଯ୍ୟରତ ଥିବା ସମୟରେ ଚୀନ ସୈନିକମାନଙ୍କ ହାତରେ ଲାଦାଖ ସୀମାରେ ପ୍ରାଣବଳି ଦେଇ ସହୀଦ ହୋଇଥିଲେ । ସେହିଦିନ ଠାରୁ ଉକ୍ତ ଦିନଟିକୁ ପ୍ରତିବର୍ଷ ସହୀଦ ଦିବସ ରୂପେ ପାଳନ କରାଯାଉଛି । ଯେଉଁ ପୁଲିସ୍ କର୍ମଚାରୀମାନେ କର୍ତ୍ତବ୍ୟରତ ଥିବା ସମୟରେ ଦେଶ ପାଇଁ ପ୍ରାଣବଳି ଦେଇଛନ୍ତି, ସେମାନଙ୍କ ପ୍ରତି ଆଜି ଗଭୀର ସମ୍ମାନ ପ୍ରଦର୍ଶନ କରାଯାଉଛି ।

ଦେଶ ଓ ସମାଜ ପାଇଁ ନିଷ୍ଠା, ତ୍ୟାଗ ଓ ବଳିଦାନ ଭାରତୀୟ ପୁଲିସ୍ କର୍ମଚାରୀମାନଙ୍କର ଏକ ମହାନ୍ ପରମ୍ପରା ହୋଇ ରହିଆସୁଛି । ଗତବର୍ଷ କାର୍ଯ୍ୟରତ ଥିବା ସମୟରେ ପ୍ରାଣବଳି ଦେଇ ସହିଦ ହୋଇଥିବା କର୍ମଚାରୀ ମାନଙ୍କର ନାମକୁ ଆଜି ପୁରୀ ପୁଲିସ ରିଜର୍ଭ ପଡିଆରେ ୬୭ତମ ପୁଲିସ ସହିଦ ଦିବସ ପାଳନ ଅବସରରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ପଢି ଶୁଣାଇଥିଲେ ଏବଂ ଏହି ଅବସରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିବା ସହ ସହିଦ ସ୍ମୃତିସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଉତ୍ସବରେ ବହୁ ସେବାନିବୃତ୍ତ ପୁଲିସ ଅଧିକାରୀ, କର୍ମଚାରୀ ମଧ୍ୟ ଯୋଗ ଦେଇଥିଲେ ।

Related posts

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମହିଳା ଓ ଶିଶୁ ମାନଙ୍କ ରକ୍ତହୀନତା ଏକ ଗୁରୁତର ସମସ୍ୟା

mahabharatanews

୧୭ ପର୍ଯ୍ୟନ୍ତ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

mahabharatanews

ଆଜାଦୀ କା ଅମୃତ ମହୋତ୍ସବ ଲାଗି ବୃତ୍ତ ଚିତ୍ର ପ୍ରଦର୍ଶୀତ

mahabharatanews