ଓଡିଶାମନୋରଞ୍ଜନ

ଦୁଇ ଦିନ ଭିତରେ ଏମ୍ସ ଡାକ୍ତରଖାନାରୁ ଡିସଚାର୍ଜ ହେବେ ଅଭିଜିତ

ସୁସ୍ଥ ହେଉଛନ୍ତି କଣ୍ଠଶିଳୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ।  ଦୁଇ ଦିନ ଭିତରେ ଏମ୍ସ ଡାକ୍ତରଖାନାରୁ ଡିସଚାର୍ଜ ହେବେ ଅଭିଜିତ। ଏହି ସୂଚନା ଦେଇଛନ୍ତି ଏମ୍ସ ନିର୍ଦ୍ଦେଶକ ପ୍ରୋଫେସର ଆଶୁତୋଷ ବିଶ୍ଵାସ । ତାଙ୍କର ସବୁ ଅଙ୍ଗ ପ୍ରତ୍ୟଙ୍ଗ ଭଲ ରହିଛି ।  ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକ। ଦୀର୍ଘ ଦିନ ଧରି କୋମାରେ ଥିଲେ ଅଭିଜିତ । ଏବେ ସୁସ୍ଥ ହେଉଛନ୍ତି। ବିପଦ ମୁକ୍ତ ଅଛନ୍ତି ଅଭିଜିତ ତାଙ୍କୁ ମେଡ଼ିକାଲରୁ ଘରକୁ ନେବା ପାଇଁ ଯୋଜନା କରାଯାଉଛି । କ୍ରୋନିକ ଷ୍ଟେଜ ଥିଲା ତାହା ଏବେ ଆଉ ନାହିଁ । ଗୋଟିଏରୁ ୨ ଦିନ ଭିତରେ ଡିସର୍ଚାଜ ହେବେ । ଧୀରେ ଧୀରେ ଠିକ୍ ହେଉଛନ୍ତି ଦାଦା । ଅସୁସ୍ଥତା କାରଣରୁ ଗତ ସେପ୍ଟେମ୍ବର ମାସରୁ ଡାକ୍ତରଖାନାରେ ଭର୍ତ୍ତି ହୋଇ ଆଇସିୟୁରେ ଥିଲେ ଅଭିଜିତ। ଏବେ ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ସୁସ୍ଥ ହେଉଛନ୍ତି। ସେ ଧିରେ ଧିରେ ସମସ୍ତ କଥା ଗ୍ରହଣ ମଧ୍ୟ କରୁଛନ୍ତି ବୋଲି ସୂଚନା ମିଳିଛି ।

ତେବେ ଏହା ପୂର୍ବରୁ ୨୩ ଅକ୍ଟୋବରରେ ଅଭିଜିତଙ୍କ କରାଯାଇଥିବା MRI ବ୍ରେନ୍‌ ସ୍କାନ୍‌ରେ ମଧ୍ୟ କୌଣସି ସ୍ପଷ୍ଟ ସୁଧାର ଦେଖିବାକୁ ମିଳିନଥିଲା । ଅଭିଜିତ ମଜୁମଦାର ଓଡିଆ ସଙ୍ଗୀତ ଜଗତର ମେଲୋଡି କିଙ୍ଗ । ସଙ୍ଗୀତରେ ଶ୍ରୋତାଙ୍କୁ ବାନ୍ଧି ରଖିବାର କଳା ସେ ବେଶ୍‌ ଜାଣନ୍ତି । ତାଙ୍କ ଗୀତ ବାଜିଲେ ଝୁମନ୍ତି ଦର୍ଶକ ଆଉ ଅନେକଙ୍କ ଆଖିରୁ ଲୁହ ବି ଝରେ ।  ସଙ୍ଗୀତରେ ସମସ୍ତଙ୍କୁ ମତୁଆଲା କରୁଥିବା ଅଭିଜିତ ଦା’ ଏବେ କୋମାରେ । ଅଭିଜିତ୍‌ଙ୍କ ସ୍ନାୟୁଜନିତ ସମସ୍ୟାରେ ମଧ୍ୟ କୌଣସି ସୁଧାର ଆସୁନଥିବା ଏମ୍ସ ପକ୍ଷରୁ କୁହାଯାଇଥିଲା । ଡାକ୍ତରମାନେ ଅଭିଜିତଙ୍କୁ ଭେଣ୍ଟିଲେଟର ସହାୟତାଠାରୁ କ୍ରମେ ମୁକ୍ତ କରିବା ପାଇଁ ପ୍ରୟାସ ଜାରି ରଖିଥିଲେ। ସୂଚନା ଅନୁସାରେ ଅଭିଜିତ୍‌ ମଜୁମଦାରଙ୍କ ଶରୀରରେ ସୋଡିୟମ ଲେବୁଲ କମିଯିବାରୁ ତାଙ୍କୁ କିଛି ଦିନ ତଳେ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଉ ଏବେ ଏମ୍ସ ପକ୍ଷରୁ କୁହାଯାଇଛି ଯେ ଅଭିଜିତ୍‌ ମଜୁମଦାରଙ୍କ ସ୍ଵାସ୍ଥ୍ୟବସ୍ଥାରେ ସୁଧାର ଆସିଛି । ଓଡ଼ିଆ ମନୋରଞ୍ଜନ ଦୁନିଆର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ହେଉଛନ୍ତି ଅଭିଜିତ ମଜୁମଦାର । ଓଡ଼ିଆ ଆଧୁନିକ ଆଲବମ୍, ଭଜନ, ସମ୍ବଲପୁରୀ ଆଲବମ୍ ଓ ଓଡ଼ିଆ ଧାରାବାହିକରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ଅନେକ ଗୀତ ନିଜେ ସେ ଗାଇଛନ୍ତି ମଧ୍ୟ । ଅଭିଜିତ ମଜୁମଦାର ପ୍ରଥମେ ସମ୍ବଲପୁରୀ ଗୀତରେ କାମ କରିବା ଆରମ୍ଭ କରିଥିଲେ ଏବଂ ପରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ସେ ଓଡ଼ିଆ ଚଳଚ୍ଚିତ୍ର, ଆଲବମ୍ ଏବଂ ସମ୍ବଲପୁରୀ ଇଣ୍ଡଷ୍ଟ୍ରି ପାଇଁ ୭୦୦ରୁ ଅଧିକ ଗୀତ ନିର୍ମାଣ କରିଛନ୍ତି ।

Related posts

୮ଟି ରୁଟରେ ସବୁଦିନ ଗଡିବ ‘ମୋ ବସ’

mahabharatanews

ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ବନ ବିଭାଗର ପ୍ରଶିକ୍ଷଣ ଶିବିର

mahabharatanews

ଚୋରା ମଦ ଧରିବାରେ ସଫଳ ହୋଇଛି ହିଂଜିଳି ପୋଲିସ

mahabharatanews