(ମହାଭାରତ, ଢେଙ୍କାନାଳ): ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ରସାସିଙ୍ଗ କେନାଲ ବ୍ରିଜ ନିକଟରେ ଏକ ଦଶ ଚକିଆ ଟ୍ରକ୍ ଏକ ଲୁନାକୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ସ୍ଥାନୀୟ ପସାଶିଙ୍ଗ ଗାଁର ମଜୁରା ବେହେରା ଓ ପେଶାରେ ଜଣେ ବ୍ୟବସାୟୀ ଥିଲେ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ସୋମବାର ସକାଳ ପ୍ରାୟ ୯ଟା ବେଳେ ବ୍ୟବସାୟୀ ଜଣକ ଲୁନାରେ ଏକ ଆଳୁ ବସ୍ତା ନେଇ ତାଙ୍କ ହୋଟେଲକୁ ଯାଉଥିଲେ । ଏହି ସମୟରେ ରସାସିଙ୍ଗ କେନାଲ ବ୍ରିଜ ନିକଟରେ ଏକ ଦଶଚକିଆ ଟ୍ରକ ତାଙ୍କ ଲୁନା ପଛକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଓ ରାସ୍ତା ମରାମତି କରିବା ଦାବିରେ ସ୍ଥାନୀୟ ଲୋକେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ ରାସ୍ତାର ଦୁଇ ପାଶ୍ୱର୍ରେ ଶହଶହ ଗାଡି ଅଟକି ରହିଥିଲା । ଏନେଇ ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଥିଲା । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି । ପୋଲିସ ଟ୍ରକ୍କୁ ଜବତ କରି ଘଟଣାର ତଦନ୍ତ କରୁଛି ।
previous post