ଓଡିଶା

ବୃଷବକୁ ଧକ୍କା ଦେଇ ଛୁ ମାରିଲା ଟ୍ରକ୍

(ଜ୍ୟୋତିରଂଜନ ଧର/କଣିହାଁ): ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ଏନଟିପିସି ଟାଉନ ଥାନା ଅଧିନସ୍ଥ ଏନ୍ଟିପିସି ବାଇପାସ୍ ନିକଟରେ ଥିବା ଢାବା ସାମ୍ନାରେ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଏକ ବୃଷବକୁ ଗୋଟିଏ କୋଇଲା ବୋଝେଇ ଟ୍ରକ୍ ଧକ୍କା ଦେଇ ଛୁ ମାରିଥିଲା । ତାଳଚେର ଆଡୁ ଦ୍ରୁତ ବେଗରେ ଡେରେଙ୍ଗ ଜେଆଇଟିପିଏଲ୍ କମ୍ପାନୀକୁ ଆସୁଥିବା ବେଳେ ଏଭଳି ଦୂର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ବୃଷବର ବାମ ପଛ ଗୋଡ ଗୋଇଠିରେ ଗୁରୁତର ଆହାତ ଲାଗି ଛଟପଟ୍ ହେଉଥିଲା ବେଳେ ପ୍ରବଳ ମାତ୍ରାରେ ରକ୍ତଶ୍ରାବ ହୋଇଥିଲା । ତେବେ ଏନେଇ ଢାବା ମାଲିକ ଓ କର୍ମଚାରୀ କଣିହାଁ ପ୍ରାଣୀଧନ ଅଧିକାରୀଙ୍କୁ ଖବର ଦେଇଥିଲେ । ପରେ ପ୍ରାଣୀଧନ ଅଧିକାରୀ ସେଠାରେ ପହଁଚି ଚିକିତ୍ସା କରିଥିଲେ । ସୂଚନା ଥାଉକି, ଜେଆଇଟିପିଏଲ୍ କମ୍ପାନୀ ଅଭିମୁଖେ ଆସୁଥବା କୋଇଲା ଟ୍ରକ୍ରେ ଚାଳକ ନିୟୋଜିତ ହୋଇନଥିବା ବେଳେ ଅଧିକାଂଶ ଟ୍ରକ୍ରେ ହେଲଫର କିମ୍ବା ଅନଭିଜ୍ଞ ଚାଳକଙ୍କ ଗାଡି ଚାଳନା ଯୋଗୁ ବିଭିନ୍ନ ସମୟରେ ଏଭଳି ଅଘଟଣ ଘଟୁଛି ।

Related posts

ମେଡିକାଲରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ 

mahabharatanews

ସ୍ଥିର ରହୁନି ସୁନାରୁପା ଦର, ପୁଣି ମହଙ୍ଗା ହେଲା ରୁପା

mahabharatanews

ପାରାଦୀପ ବନ୍ଦର ତରଫରୁ ଅନୁଷ୍ଠିତ ହୋଇଯାଇଛି ୪0ତମ ପୁଷ୍ପ ପ୍ରଦର୍ଶନୀ

mahabharatanews