ଭୁବନେଶ୍ୱର: ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ତାଳସରଡ଼ା ନିକଟରେ ଅଭାବନୀୟ ଘଟଣା ଘଟିଛି । ସେଠାରେ ଏକ ବାଇକକୁ ଟ୍ରକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ କେଶବ ପେରା ତାଙ୍କ ସମୁଦୁଣୀ ଋକ୍ମଣି ରଣବିଡ଼ାଙ୍କୁ ବାଇକରେ ବସାଇ ସୋନପୁର ପଟକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ କେଶବଙ୍କ ବାଇକକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଉଭୟ ସମୁଦି ଓ ସମୁଦୁଣୀଙ୍କ ମୃତ୍ୟୁ ହୋଇଥିଲା।ଏହାପରେ ମୃତକଙ୍କ ଗାଁ ଲୋକେ ଉତ୍ତ୍ୟକ୍ତ ହୋଇ ଟ୍ରକ ଡ୍ରାଇଭରକୁ ମାଡ଼ ମାରିବା ସହ ମୃତକଙ୍କ ପରିବାର ଓ ଗ୍ରାମବାସୀମାନେ କ୍ଷତିପୂରଣ ଦାବିରେ ଶବ ରଖି ରାଜପଥକୁ ଅବରୋଧ କରିଥିବା ଜଣାପଡ଼ିଛି। ଖବର ପାଇ ବାଉଁଶୁଣି ଥାନା ପୁଲିସ ସେଠାରେ ପହଞ୍ଚିଛି ।
previous post