ଓଡିଶା

ବାଇକ କଚାଡି ଭାଙ୍ଗିଲା ଦନ୍ତା

(ମହାଭାରତ, କରଞ୍ଜିଆ): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ କୁଜିଆମ ଗାଁରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ସ୍ଥାନୀୟ ଅଞ୍ଚଳରେ ଏକ ହାତୀପଲରେ ପ୍ରାୟ ୨୨ଟି ହାତୀ ରହିଥିବା ଜଣାପଡିଛି । ବୁଧବାର ଜଣେ ବ୍ୟକ୍ତି ସନ୍ଧ୍ୟାରେ ନିଜ ଗାଁକୁ ଫେରୁଥିବା ବେଳେ ହାତୀ ହାବୁଡରେ ପଡିଯାଇଥିଲେ । ଭୟଭୀତ ହୋଇ ନିଜ ବାଇକ୍ ରାସ୍ତାରେ ଛାଡି ଦୌଡି ପଳାଇଥିବା ବେଳେ ହାତୀଟି ତାଙ୍କ ବାଇକ୍କୁ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ, କୁଜିଆମ ଗାଁର ବ୍ୟକ୍ତି ଜଣକ କିଛି ଦିନ ପୂର୍ବେ ଏକ ବାଇକ୍ କିଣିଥିଲେ । ବୁଧବାର ସନ୍ଧ୍ୟାରେ ନିକଟସ୍ଥ ବିଲରୁ ନିଜ ଗାଁକୁ ଫେରୁଥିବା ବେଳେ ସେ ହାତୀପଲ ହାବୁଡରେ ପଡି ଯାଇଥିଲେ । ସେଠାରୁ ଦୌଡି ପଳାଇ ଆସିବାରେ ସକ୍ଷମ ହୋଇଥିଲେ ମଧ୍ୟ ତାଙ୍କ ନୂଆ ବାଇକ୍ଟିକୁ ଏକ ଦନ୍ତା ହାତୀ କଚାଡି ଭାଙ୍ଗି ଦେଇଥିଲା । ହାତୀ ଉପଦ୍ରବକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ଖବର ପାଇ ସନ୍ଧ୍ୟାରେ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀପଲଙ୍କୁ ଘଉଡାଇଥିଲେ । ଫଳରେ ହାତୀମାନେ ବୁଧବାର ବିଳମ୍ବିତ ରାତିରେ ପଣ୍ଡୁଆବୁରୁ ଜଙ୍ଗଲକୁ ପଳାଇଥିବା ବେଳେ ପରଦିନ ସକାଳେ ପୁଣି କୁଜିଆମ ଜଙ୍ଗଲକୁ ଫେରି ଆସିଛନ୍ତି । ଏଥିରେ ଗ୍ରାମବାସୀ ଆତଙ୍କିତ ହୋଇଛନ୍ତି ।

Related posts

ରାଜ୍ୟସ୍ତରୀୟ ‘କାୟାକଳ୍ପ ସମ୍ମାନ’

mahabharatanews

ଏଣିକି କାଠ ଚେୟାରରେ ମହାପ୍ରଭୁଙ୍କ ଦର୍ଶନ କରିବେ ଦିବ୍ୟାଙ୍ଗ ଭକ୍ତ 

mahabharatanews

ଏପ୍ରିଲ ପହିଲାରେ କାଳବୈଶାଖୀ ସମ୍ଭାବନା   

mahabharatanews

Leave a Comment