ଓଡିଶା

ନନ୍ଦନକାନନରେ ଟ୍ରାନ୍ସଫର୍ମର ମିଟର ୟୁନିଟ ଫାଟି ୩ ଗୁରୁତର

(ଭୁବନେଶ୍ୱର) :  ନନ୍ଦନକାନନରେ ଘଟିଛି ବଡ଼ ଧରଣର ଦୁର୍ଘଟଣା । ରୋପୱେ ସ୍ଥଳରେ ନବ ନିର୍ମିତ ବିଦ୍ୟୁତ୍ ଟ୍ରାନ୍ସଫରମର ମିଟର ୟୁନିଟ ଫାଟିବାରୁ ୩  ଜଣ ଅତି ଗୁରୁତର ହୋଇଛନ୍ତି । ତେବେ ଗୁରୁତର ତିନି ଜଣଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଅତି ଗୁରୁତର ହେବାରୁ ଅନ୍ୟତ୍ର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ତେବେ ଅସାବଧାନତା ଯୋଗୁଁ ଅଘଟଣ ଘଟିଛି ବୋଲି ଅନୁମାନ କରାଯାଉଛି ।

ସୂଚନାନୁଯାୟୀ ,  ଆହତଙ୍କ ମଧ୍ୟରେ ଜଣେ ନନ୍ଦନକାନନର ଅବସରପ୍ରାପ୍ତ ବିଦ୍ୟୁତ୍ କର୍ମଚାରୀ ଶିବରାମ ସାହୁ ହୋଇଥିବା ବେଳେ ୨ ଜଣ ପଶ୍ଚିମବଙ୍ଗର ରୋପୱେର କର୍ମଚାରୀ ସୋମୁ ବାନାର୍ଜୀ ଓ ସୌମ୍ୟ ବାନାର୍ଜୀ ବୋଲି ଜଣାପଡ଼ିଛି ।

Related posts

mahabharatanews

ତଦନ୍ତ ସରିବା ଯାଏଁ ବାହାନଗା ଷ୍ଟେସନରେ ରହିବନି କୌଣସି ଟ୍ରେନ

mahabharatanews

ଇତିହାସ ଦେଖିଲେ ଲୋକଙ୍କ ଆସ୍ଥା ବିଜେଡି ଓ ନବୀନ ପଟ୍ଟନାୟକଙ୍କ ପ୍ରତି ରହିଛି, ବିଜେଡି ପାର୍ଥିନି ଭଲ ଭୋଟରେ ଜିତିବେ

mahabharatanews