ଭାରତ

ମନ୍ଦିରରେ ହିନ୍ଦୁ ରୀତି ନୀତି ଅନୁସାରେ ବିବାହ କଲେ ମୁସ୍‌ଲିମ୍‌ ଯୁବତୀ

ବ୍ୟୁରୋ : କଥାରେ ଅଛି ପ୍ରେମ ନାଁ ମାନେ ଜାତି ନାଁ ଧର୍ମ । ପ୍ରେମନାଁ ମାନେ ଧନୀ ଗରିବ । ଜାତି-ଅଜାତି ବିବାଦ ମଧ୍ୟରେ ପୁଣି ଜିତିଲା ପ୍ରେମ। ବିବାହ କଲେ ପ୍ରେମୀ ଯୁଗଳ। ହିନ୍ଦୁ ରୀତି ଅନୁସାରେ, ବିବାହ କରିଛନ୍ତି ମୁସ୍‌ଲିମ୍‌ ଝିଅ ଓ ହିନ୍ଦୁ ପୁଅ। ପରିବାର ଲୋକଙ୍କ ତୀବ୍ର ବିରୋଧ ପରେ ବି ଜିତିଗଲା ସେମାନଙ୍କ ପ୍ରେମ। ଉତ୍ତର ପ୍ରଦେଶର ଆଜମଗଡ଼ ଜିଲ୍ଲାରେ ଜଣେ ମୁସ୍‌ଲିମ୍‌ ଝିଅର ହିନ୍ଦୁ ରୀତି ନୀତି ଅନୁସାରେ ବିବାହ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ରହିଛି। ମାମଲା ଜନପଦ ଆଜମଗଡ଼ର ଅତରେସଲିୟା ଅଞ୍ଚଳ ଖାନ୍‌ପୁର ଫତେହର। ଏଠାକାର ବାସିନ୍ଦା ସୁରଜଙ୍କୁ ଦୁଇ ବର୍ଷ ତଳେ ହେଦରପୁର ଖାସ୍‌ ଗାଁର ମୁସ୍‌ଲିମ୍‌ ଝିଅ ମୋମିନ ଖାତୁନ୍‌ଙ୍କ ସହ ପ୍ରେମ ହୋଇଥିଲା।

ଧୀରେ ଧୀରେ ଏହି ପ୍ରେମ ବଢ଼ିଥିଲା। ଫଳରେ ଦୁହେଁ ଲୁଚି ଲୁଚି ପରସ୍ପରକୁ ଦେଖା କରିବାକୁ ଲାଗିଲେ। ଘର ଲୋକଙ୍କୁ ଏହି କଥା ଜଣାପଡ଼ିବା ପରେ ସେମାନେ ଏହି ପ୍ରେମର ବିରୋଧ କରିଥିଲେ। ପୁଅ ଘର ଲୋକ ଉଭୟଙ୍କ ପ୍ରେମକୁ ସ୍ୱୀକାର କରିଥିବା ବେଳେ ଝିଅ ଘର ମୁସ୍‌ଲିମ୍‌ ସମ୍ପ୍ରଦାୟର ହୋଇଥିବାରୁ ରାଜି ହୋଇନଥିଲେ। ସେମାନେ ପୁଅକୁ ଜାତି ବଦଳାଇ ହିନ୍ଦୁରୁ ମୁସ୍‌ଲିମ୍‌ ହେବାକୁ ମଧ୍ୟ କହିଥିଲେ। କିନ୍ତୁ ଝିଅ ଏଥିରେ ରାଜି ହୋଇନଥିଲା। ଫଳରେ ପରିବାର ଏହି ସମ୍ପର୍କକୁ ସ୍ୱୀକୃତି ଦେଇନଥିଲେ।ପରିବାରର ବିରୋଧ ପରେ ଉଭୟେ ବିବାହ କରିବାକୁ ପଣ କରିଥିଲେ।

ଏଣୁ ନିକଟସ୍ଥ ସମ୍ମୋ ମାତା ମନ୍ଦିରରେ ଉଭୟେ ହିନ୍ଦୁ ରୀତି ନୀତି ଅନୁସାରେ ବିବାହ କରିଥିଲେ। ମନ୍ଦିର ପରିସରର ଉକ୍ତ ମାହୋଲ୍ଲ ଦେଖି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। ଉଭୟେ ମନ୍ଦିରରେ ହିନ୍ଦୁ ରୀତିନୀତି ଅନୁସାରେ ବରଣ ମାଳା ପିନ୍ଧାଇ, ମଥାରେ ସିନ୍ଦୁର ନାଇ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିଲେ। ଉଭୟ ପରିବାରର ଆଶୀର୍ବାଦ ନେିଇ ବିବାହ କାର୍ଯ୍ୟ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ଏହି ମୁସ୍‌ଲିମ୍‌-ହିନ୍ଦୁ ବିବାହ ସମ୍ପର୍କରେ ବିଶ୍ୱ ହିନ୍ଦୁ ପରିଷଦ ଖୁସି ଜାହିର କରି କହିଛନ୍ତି, ଆମେ ଖୁସି ଯେ ମୁସ୍‌ଲିମ୍‌ ଝିଅ ସନାତନ ଧର୍ମକୁ ସ୍ୱୀକାର କରିଛି। ଆମେ ଏହାକୁ ସ୍ୱାଗତ କରୁଛୁ।

Related posts

ଲିଭ୍‌-ଇନରେ ରହିବା ପରେ ବାହା ହେବାକୁ ମନା କଲେ ଟାଇଗର!

mahabharatanews

ଏକନାଥ ସିନେ୍ଧଙ୍କ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ

mahabharatanews

ଛତିଶଗଡରେ ନିର୍ବାଚନୀ ହିଂସା 

mahabharatanews