ଭାରତ

୧୭ ମାସ ପରେ ସ୍ତ୍ରୀଙ୍କ ସହ ଚା’ ପିଇଲେ, ଫଟୋ ସେୟାର କଲେ ସିସୋଦିଆ

ନୂଆଦିଲ୍ଲୀ: ୧୭ ମାସ ପରେ ଜେଲରୁ ବାହାରିଛନ୍ତି ଆମ୍‌ ଆଦ୍‌ମୀ ପାର୍ଟି ନେତା ମନୀଷ ସିସୋଦିଆ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟି ନେତା ମନୀଷ ସିସୋଦିଆ ଜେଲରେ ଥିଲେ । ଗତକାଲି ସେ ଜେଲରୁ ବାହାରିଛନ୍ତି । ଆଜି ସକାଳୁ ପତ୍ନୀଙ୍କ ସହ ଚା’ ପିଉଥିବାର ଫଟୋ ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି ସିସୋଦିଆ । ସିସୋଦିଆ ତାଙ୍କ ପୋଷ୍ଟ୍‌‌ରେ ଲେଖିଛନ୍ତି,’ସ୍ୱାଧୀନତାର ପ୍ରଥମ ସକାଳର ଚା’,୧୭ ମାସ ପରେ! ସେହି ସ୍ବାଧୀନତା ଯାହା ସମ୍ବିଧାନ ଆମ ସମସ୍ତ ଭାରତୀଙ୍କୁ ବଞ୍ଚିବାର ଅଧିକାରର ଗ୍ୟାରେଣ୍ଟି ରୂପରେ ଦେଇଛି। ସେହି ସ୍ବାଧୀନତା ଯାହା ଭଗବାନ ଆମକୁ ଖୋଲା ଆକାଶରେ ନିଃଶ୍ୱାସ ନେବାକୁ ଦେଇଛନ୍ତି’ ।

ଶୁକ୍ରବାର ସିସୋଦିଆ ୧୭ ମାସ ପରେ ଜେଲ୍ ରୁ ମୁକୁଳିବା ପରେ ସର୍ବ ପ୍ରଥମେ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନକୁ ଯାଇ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ । ଆଜି ଏକାଧିକ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଦଳୀୟ କାର୍ଯ୍ୟାଳୟରେ ନେତା ଓ କର୍ମୀ ମାନଙ୍କୁ ଭେଟି ସମ୍ବୋଧନ କରିବେ ।

Related posts

ଆଜି ମୋଦିଙ୍କୁ ଭେଟିବେ ନବୀନ

mahabharatanews

୩ ଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ

mahabharatanews

୧୪୬ କୋଟି ଆୟ କଲା  ଫିଲ୍ମ ‘ସାଲାର 

mahabharatanews