ଅପରାଧ

ଯୁବତୀଙ୍କୁ ଏସିଡ ମାଡ କରି ଅଭିଯୁକ୍ତ ଫେରାର

ଭୁବନେଶ୍ୱର/ଆଦର୍ଶ ରାଉତ: ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ଯୁବତୀଙ୍କ ଉପରକୁ ଯୁବକ ଏସିଡ ମାଡ କରିଛି । ଭୁବନେଶ୍ୱର ଧଉଳି ଥାନା ବାଲିଆପଡା ଗାଁରେ ଏହି ଘଟଣା ଘଟିଛି।ଏଥିରେ ଯୁବତୀଙ୍କ ଶରୀରର କିଛି ଅଂଶ ପୋଡି ଯାଇଛି । ଖବର ପାଇ ପୁଲିସ ସଙ୍ଗେସଙ୍ଗେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା ସେଠାରୁ ତାଙ୍କୁ କଟକ ରେଫର କରାଯାଇଥିଲା । ଏବେ ଯୁବତୀଙ୍କ ସ୍ଥିତିରେ ସୁଧାର ଆସିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ପୁଲିସ୍ର ପ୍ରାଥମିକ ତଦନ୍ତରୁ ଜଣାପଡିଛି, ଉଭୟଙ୍କ ଘର ପୁରୀ ଜିଲ୍ଲାରେ । ସେମାନେ କୋର୍ଟ ମ୍ୟାରେଜ କରିଛନ୍ତି । ଗତକାଲି ସଂଧ୍ୟାରେ ଉଭୟ ଧଉଳି ଆସିଥିଲେ । କିନ୍ତୁ ହଠାତ୍ କଣ ହେଲା ଯୁବକ ଯୁବତୀଙ୍କ ଉପରକୁ ଏସିଡ ମାଡ କରି ସେଠାରୁ ଫେରାର ହୋଇଯାଇଥିଲା । ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଯାଇଥିଲା । ପରେ ତାଙ୍କୁ କଟକ ବଡ ମେଡିକାଲକୁ ପଠାଇ ଦିଆଯାଇଥିଲା । ପୁଲିସ ଅଭିଯୁକ୍ତକୁ ଖେ।।ଜିବା ସହ ଏସିଡ ମାଡ ପଛର କାରଣ ଖୋଜୁଛି ।

 

Related posts

ଅତିକ ବ୍ରଦର୍ସ ହତ୍ୟାକାଣ୍ଡ ତଦନ୍ତକୁ ନେଇ ପିଟିସନ ଅପିଲ କରିଛନ୍ତି ଆଇନଜୀବୀ ବିଶାଲ

mahabharatanews

ପ୍ରିନ୍ସପାଲଙ୍କ ପିଲାଚୋରୀ

mahabharatanews

ଦରଗା ବଜାର ପୁଲିସ ହତାରେ ବାଇକ ଚୋର

mahabharatanews