(ଭୁବନେଶ୍ୱର) : ଆଜି ଓଡ଼ିଶା ଆସୁଛନ୍ତି ରାମାୟଣର ରାମ ଅରୁଣ ଗୋଭିଲ । ୪ଟି ସଭାରେ ଯୋଗଦେବେ ବିଜେପି ନେତା ଅରୁଣ ଗୋଭିଲ । ଚମ୍ପୁଆ, ତେଲକୋଇ, ଢେଙ୍କାନାଳ ଓ ବାଲିପାଟଣାରେ ସଭା କରିବେ ଅରୁଣ ।
ଆଜି ମୁଖ୍ୟମନ୍ତ୍ରୀଙ୍କର ମାରାଥନ ପ୍ରଚାର; ଖୋର୍ଦ୍ଧା, ନୟାଗଡ଼ ଓ ପୁରୀରେ କରିବେ ସମ୍ବୋଧନ ଦୁଇଟି ପର୍ଯ୍ୟାୟ ନିର୍ବାଚନ ସାରିଥିବା ବେଳେ ଆସନ୍ତା ମେ’ ୨୫ରେ ତୃତୀୟ ପର୍ଯ୍ୟାୟ ଓ ଜୁନ୍ ୧ରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଚଳିତ ଥର ବିଜେପି ଫୋକସ୍ରେ ରହିଛି ଓଡ଼ିଶା । ପ୍ରଧାନମନ୍ତ୍ରୀଙ୍କଠାରୁ ଗୃହମନ୍ତ୍ରୀଙ୍କ ପର୍ଯ୍ୟନ୍ତ ବିଜେପିର କେନ୍ଦ୍ରୀୟ ନେତା ବାରମ୍ବାର ଓଡ଼ିଶା ଆସି ବିଜେପି ସପକ୍ଷରେ ଜାରି ରଖିଛନ୍ତି ପ୍ରଚାର ।