ଭାରତ

 କେଜ୍ରିୱାଲଙ୍କୁ ଧମକପୂର୍ଣ୍ଣ ବାର୍ତ୍ତା ଲେଖିଥିବା ଅଭିଯୁକ୍ତ ଗିରଫ 

(ଦିଲ୍ଲୀ) : ଦିଲ୍ଲୀ ମେଟ୍ରୋରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଧମକପୂର୍ଣ୍ଣ ବାର୍ତ୍ତା ଲେଖିଥିବା ଅଭିଯୁକ୍ତ ଗିରଫ । ଦିଲ୍ଲୀ ପୋଲିସ ବୁଧବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଧମକପୂର୍ଣ୍ଣ ବାର୍ତ୍ତା ଲେଖିଥିବା ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଅଙ୍କିତ ଗୋୟଲ । ମେଟ୍ରୋ ଷ୍ଟେସନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ଅଭିଯୁକ୍ତ ଧମକ ପୂର୍ଣ୍ଣ ବାର୍ତ୍ତା ଲେଖୁଥିବାର ଦେଖିବାକୁ ମିଳିଥିଲା ।

ସୂଚନାନୁଯାୟୀ , ଏହା ପରେ ପୋଲିସ ଅଭିଯୁକ୍ତକୁ ଚିହ୍ନଟ କରି ଗିରଫ କରିଛି । ନିର୍ବାଚନ ତାରିଖ ଅଭିଯୁକ୍ତ ବରେଲିର ବାସିନ୍ଦା ଅଙ୍କିତ ଗୋୟଲ ସେ ଏକ ନାମୀଦାମୀ ବ୍ୟାଙ୍କରେ କାମ କରୁଥିବା ନେଇ ସୂଚନା ରହିଛି । ସେହିପରି ସେ କୌଣସି ରାଜନୈତିକ ଦଳ ସହ ଜଡିତ ନୁହଁନ୍ତି । ପୋଲିସ ସୂତ୍ର ଅନୁଯାୟୀ, ସେ କେଜ୍ରିୱାଲଙ୍କ ସମର୍ଥକ ଥିଲେ ଏବଂ ଅନେକ ରାଲିରେ ମଧ୍ୟ ଭାଗ ନେଇଥିଲେ। ତେବେ ଧମକପୂର୍ଣ୍ଣ ବାର୍ତ୍ତା ଲେଖିବାର କାରଣ ଏପର୍ଯ୍ୟନ୍ତ, ସ୍ପଷ୍ଟ ହୋଇ ନାହିଁ ।

Related posts

ଲୋକଙ୍କ ସହ ନୁହେଁ, ବିଷଧର ସାପଙ୍କ ସହ ବନ୍ଧୁତା କରନ୍ତି ଏହି ବ୍ୟକ୍ତି

mahabharatanews

ଇ-ମେଲ୍ ଆଇଡିକୁ ମିଳିବ ବ୍ଲୁ ଟିକ୍

mahabharatanews

ଭାରତୀୟ ବାୟୁସେନାର ଏମଆଇ-୧୭ ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ

mahabharatanews