ଓଡିଶାଖେଳ

ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ନିଖୋଜ

 

କଟକ : ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ନିଖୋଜ ହୋଇଯାଇଛନ୍ତି। ୧୧ତାରିଖରୁ ନିଖୋଜ ନେଇ କଟକ ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଛି । କୋଚ୍ ଥାନାରେ ଏତଲା ଦେଇଛନ୍ତି । ତେବେ ସିନିୟର ମହିଳା ଟିମର ଚୟନ ଲାଗି ରାଜଶ୍ରୀ କ୍ୟାମ୍ପରେ ଯୋଗ ଦେଇଥିଲେ । ଟିମ୍ ଚୟନରୁ ପୁରୀ ରାମଚଣ୍ଡୀର ରାଜଶ୍ରୀ ବାଦ୍ ପଡିଥିଲେ । ଝିଅ ଫଟୋ ଧରି କ୍ରୀଡାମନ୍ତ୍ରୀଙ୍କ ବାସଭବନ ଆଗରେ ରାଜଶ୍ରୀଙ୍କ ମାଆ ରହିଛନ୍ତି ।ଏହି ମହିଳା କ୍ରିକେଟ୍‌ ଖେଳାଳି ହେ‌ଲେ, ପୁରୀ ଜିଲ୍ଲା ରାମଚଣ୍ଡୀ ଥାନା ଅଞ୍ଚଳର ଗୁଣନିଧି ସ୍ବାଇଁଙ୍କ ଝିଅ ରାଜଶ୍ରୀ ସ୍ବାଇଁ ।

ସୂଚନା ଅନୁଯାୟୀ, ପୁଡୁଚେରୀରେ ଆରମ୍ଭ ହେବାକୁ ଯାଉଥିବା ବରିଷ୍ଠ ମହିଳା ଦିନିକିଆ କ୍ରିକେଟ୍‌ର ପ୍ରଥମ ତିନି ମ୍ୟାଚ୍ ପାଇଁ ବଜ୍ରକବାଟୀ ରୋଡ୍‌ ମହାବୀର ଗାଲାକ୍ସିରେ ୨୫ ଜଣ ମହିଳା ଖେଳାଳି କ୍ୟାମ୍ପ ପକାଇଥିଲେ। ଆସନ୍ତା ୧୫ ତାରିଖରେ ସେମାନେ ପୁଡୁଚେରୀ ଯିବାର ଯୋଜନା ଥିଲା । ଏଥିପାଇଁ ଜାନୁଆରି ୧୦ ତାରିଖ, ମଙ୍ଗଳବାର ଦିନ ଓଡ଼ିଶା ଦଳର ତାଲିକା ଘୋଷଣା ହୋଇଥିଲା ।ଏହି ତାଲିକାରେ ବାଦ୍‌ ପଡ଼ିଥିଲେ ରାଜଶ୍ରୀ ।

Woman Cricketer Rajashree Swain

ଏହାପରେ ୧୧ ତାରିଖ ଦିନ ସମସ୍ତେ ଖେଳାଳି ଟାଙ୍ଗୀସ୍ଥିତ ଡ୍ରିମ୍ସ କଲେଜକୁ ଅଭ୍ୟାସ କରିବାକୁ ଯାଇଥିଲେ। କିନ୍ତୁ ରାଜଶ୍ରୀ ବାପାଙ୍କୁ ଭେଟିବାକୁ ଯାଉଥିବା କୋଚ୍‌ଙ୍କୁ କହି ସକାଳେ କେଉଁଆଡ଼େ ଚାଲି ଯାଇଥିଲେ। ଏହାପରେ ତାଙ୍କର ଫୋନ୍ ସୁଇଚ୍ ଅଫ୍ ଥିବାବେଳେ ସେ ରହୁଥିବା ସିଡିଏ ଘରେ କିମ୍ବା ନିଜ ଘରକୁ ବି ଯାଇନଥିବା ଜଣାପଡ଼ିଛି । କୋଚ୍‌ ପୁଷ୍ପାଞ୍ଚଳି ସରକାର ଏ ସମ୍ପର୍କରେ ମଙ୍ଗଳାବାଗ ଥାନାରେ ଏତଲା ଦେଇଛନ୍ତି ।

Related posts

ଆପତ୍ତି ଥିଲେ ଜିଲ୍ଲାପାଳଙ୍କୁ କରିହେବ ଅଭିଯୋଗ

mahabharatanews

ଗଣିଆଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

mahabharatanews

ପୁରୀରେ ୧୮୬୦ରେ ପହଞ୍ଚିଲା କରୋନା ଆକ୍ରାନ୍ତ ସଂଖ୍ୟା

mahabharatanews