ମନୋରଞ୍ଜନ

ବଲିଉଡ୍‌ ଅଭିନେତା ଶ୍ରେୟସ୍ ହୃଦ୍‌ଘାତରେ ପୀଡ଼ିତ

(ମୁମ୍ବାଇ) : ହୃଦ୍‌ଘାତରେ ପୀଡ଼ିତ ହୋଇଥିବା ବଲିଉଡ୍‌ ଅଭିନେତା ଶ୍ରେୟସ୍‌ ତଲପଡ଼େଙ୍କର ‘ଆଞ୍ଜିଓପ୍ଲାଷ୍ଟି’ କରାଯାଇଛି ଓ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କଥା ସୂଚନା ମିଳିଛି ।

ସୂଚନାନୁଯାୟୀ , ଗୁରୁବାର ସନ୍ଧ୍ୟା ବେଳେ ଶ୍ରେୟସ୍‌ଙ୍କର ହୃଦ୍‌ଘାତ ହେବାରୁ ତାଙ୍କୁ ମୁମ୍ବାଇ ଅନ୍ତର୍ଗତ ଅନ୍ଧେରୀ ଅଞ୍ଚଳରେ ଥିବା ବେଲିଭ୍ୟୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯିବା ପରେ ରାତି ୧୦ଟାରେ ତାଙ୍କର ‘ଆଞ୍ଜିଓପ୍ଲାଷ୍ଟି’ କରାଗଲା। ଏଥିପାଇଁ କରାଯାଇଥିବା ଅସ୍ତ୍ରୋପଚାର ସଫଳ ହୋଇଛି ଓ ସେ ଭଲ ଅଛନ୍ତି ବୋଲି ଡାକ୍ତରମାନେ କହିଛନ୍ତି। ‘ୱେଲ୍‌କମ୍‌ ଟୁ ଦି ଜଙ୍ଗଲ୍‌’ ଚଳଚ୍ଚିତ୍ର ନିମନ୍ତେ ସୁଟିଙ୍ଗ୍‌ ସାରିବା ପରେ ସେ ଅସୁସ୍ଥ   ଅନୁଭବ କରିଥିଲେ। ପରେ ପରେ ହୃଦ୍‌ଘାତ ଯୋଗୁଁ ପଡ଼ିଯିବାରୁ ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା।

Related posts

ଅଭିନୟ ଦୁନିଆରେ ପାଦ ଥାପିବେ ସାରା ତେନ୍ଦୁଲକର

mahabharatanews

ଚର୍ଚାରେ ଅଭିନେତ୍ରୀ ସୋନମ କପୁରଙ୍କ ଘର

mahabharatanews

ତମାଖୁ ବିଜ୍ଞାପନ ନେଇ ମୁହଁ ଖୋଲିଲେ ଅକ୍ଷୟ କୁମାର

mahabharatanews