ମନୋରଞ୍ଜନ

ଭେଣ୍ଟିଲେଟରରେ ଭର୍ତ୍ତି ହେଲେ ଅରୁନ୍ଧତୀ ନାୟର

(ମୁମ୍ବାଇ) : ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହେଲେ ତାମିଲ-ମଲୟାଲମ ଅଭିନେତ୍ରୀ ଅରୁନ୍ଧତୀ ନାୟର। ଦୁର୍ଘଟଣା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା  । କିନ୍ତୁ ଏବେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଏବେ ‌ସେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣାଇ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି ଅରୁନ୍ଧତୀଙ୍କ ଭଉଣୀ।

ସୂଚନାନୁଯାୟୀ , ସେ ଲେଖିଛନ୍ତି ଯେ, “ତାମିଲନାଡୁର ଖବରକାଗଜ ଏବଂ ଟେଲିଭିଜନ ଚ୍ୟାନେଲରେ ପ୍ରକାଶିତ ଖବରକୁ ସ୍ପଷ୍ଟ କରିବାର ଆବଶ୍ୟକତା ମନେ କରି ଆମେ ଏହି ପୋଷ୍ଟ କରୁଛୁ। ଏହା ସତ୍ୟ ଯେ ମୋ ଭଉଣୀ ଅରୁନ୍ଧତୀ ନାୟର ତିନି ଦିନ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ସେ ଗୁରୁତର ଆହତ ଥିବା ସହ ତ୍ରିଭାନ୍ଦ୍ରମସ୍ଥିତ ଅନନ୍ତପୁରୀ ହସ୍ପିଟାଲରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି।

Related posts

ମଦ୍ୟପାନ କରନ୍ତି ନାହିଁ ଅଭିନେତା ଇମ୍ରାନ ହାଶମୀ

mahabharatanews

୨୦ରୁ ଓଟିଟିରେ ଫିଲ୍ମ ‘ସାଲାର’

mahabharatanews

ତମାଖୁ ବିଜ୍ଞାପନ ନେଇ ମୁହଁ ଖୋଲିଲେ ଅକ୍ଷୟ କୁମାର

mahabharatanews