ମନୋରଞ୍ଜନ

ଗିରଫ ହେଲେ ରାକ୍ଷୀ ସାୱନ୍ତଙ୍କ ଭାଇ

(ମୁମ୍ବାଇ) : ଗିରଫ ହେଲେ ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ଭାଇ । ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ଅନେକ ସମୟରେ ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଥା’ନ୍ତି। କିଛି ଦିନ ପୂର୍ବରୁ ସେ ନିଜର ଦ୍ବିତୀୟ ସ୍ବାମୀ ଆଦିଲ ଖାନ୍ ଦୁରାନୀଙ୍କ ସହ ତାଙ୍କ ବିବାଦକୁ ନେଇ ଚର୍ଚ୍ଚାରେ ରହିଥିଲେ। ରାକ୍ଷୀ ସାୱନ୍ତଙ୍କ ଭାଇ ରାକେଶଙ୍କୁ ପୁଲିସ ଗିରଫ କରିଛି।

ସୂଚନାନୁଯାୟୀ, ଚେକ୍ ବାଉନ୍ସ ମାମଲାରେ ରାକ୍ଷୀ ସାୱନ୍ତଙ୍କ ଭାଇ ରାକେଶ ସାୱନ୍ତଙ୍କୁ ଓସିୱାରା ପୁଲିସ ଗିରଫ କରିଛି। ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ଏବଂ ଏହା ପରେ କୋର୍ଟ ତାଙ୍କୁ ମେ’ ୨୨ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଥିବା ଜଣାପଡ଼ିଛି।

 

Related posts

ହାତକୁ ଦି ହାତ ହେଲେ ବରୁଣ-ଲାବନ୍ୟା

mahabharatanews

ମନ ମୋହୁଛି ଫିଲ୍ମ ‘ଫାଇଟର୍‌’ 

mahabharatanews

ବିମାନ ଦୁର୍ଘଟଣାରେ ହଲିଉଡ୍‌ ଅଭିନେତା ଖ୍ରୀଷ୍ଟିଆନ ଓଲିଭର ମୃତ

mahabharatanews