ଓଡିଶା

ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି

ପୁରୀ: ଶାନ୍ତିଶୃଙ୍ଖଳା ଏବଂ ନୀତିକାନ୍ତି ସହ ଶେଷ ହୋଇଛି ସୁନାବେଶ । ରାଜରାଜେଶ୍ୱର ବା ସୁନାବେଶରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ ଦେଖିବାକୁ ଜନସମୁଦ୍ର ପାଲଟିଥିଲା ପୁରୀ ବଡ଼ଦାଣ୍ଡ। ଆଜି ଦ୍ୱାଦଶୀ ତିଥି । ପରମ୍ପରା ଅନୁୟାୟୀ ଆଜି ରଥ ଉପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଧରପଣା ନୀତି ହେବ । ସ୍ୱତନ୍ତ୍ର ଭାବରେ ତିଆରି ହୋଇଥିବା ଅଧରହାଣ୍ଡିରେ ଏହି ପଣା ପ୍ରଭୁଙ୍କୁ ସମର୍ପଣ କରାଯାଇଥାଏ । ଛାଚି, ସର, କଦଳୀ, ଛେନା, ଗୋଲମରିଚ, କର୍ପୂର ଓ ଜାଇଫଳ ପଡି ଏହି ଅଧର ପଣାକୁ ପ୍ରସ୍ତୁତ କରାଯାଇ ରାଘବ ଦାସ ମଠ ଓ ବଡ ଓଡିଆ ମଠ ପକ୍ଷରୁ ଏହି ଅଧର ପଣା ରଥକୁ ଆସିଥାଏ । ତିନି ରଥରେ ମୋଟ ୯ ହାଣ୍ଡି ଅଧରପଣା ଭୋଗ ଲାଗି ହୋଇଥାଏ ।

Related posts

୧୫ ଯାଏ ବର୍ଷା ସମ୍ଭାବନା

mahabharatanews

କୁକୁର ରକ୍ତ ପିଇଲେ ଛୋଟ ପିଲା

mahabharatanews

ବିଜେଡିର ମିଶ୍ରଣ ପର୍ବ

mahabharatanews