ଭାରତ

ଆଦିତ୍ୟ-ଏଲ୍‌୧; ସରିଲା ଟ୍ରାଏଲ  

(ଦିଲ୍ଲୀ) : ଇସ୍ରୋ ପ୍ରଥମ ସୌର ମିସନ ଆଦିତ୍ୟ-ଏଲ୍‌୧ର ଲଞ୍ଚ୍ ରିହର୍ସାଲ କରିଛି । ଇସ୍ରୋ ପକ୍ଷରୁ ଟ୍ବିଟରରେ ସୂଚନା ପ୍ରଦାନ କରି କୁହାଯାଇଛି ଯେ, ଆଦିତ୍ୟ-ଏଲ୍‌୧ର ଉତ୍‌କ୍ଷେପଣ ପାଇଁ ପ୍ରସ୍ତୁତି ଚାଲିଛି। ଏହାର ଲଞ୍ଚ୍ ରିହର୍ସାଲ ଓ ଆଭ୍ୟନ୍ତରୀଣ ଯାଞ୍ଚ ସମ୍ପନ୍ନ ହୋଇଛି। ଏ ନେଇ ‌ଇସ୍ରୋ କେତେକ ଛବି ମଧ୍ୟ ଏକ୍ସରେ ପୋଷ୍ଟ କରିଛି।

ସୂଚନାନୁଯାୟୀ ,  ସେପ୍ଟେମ୍ବର ୨ ତାରିଖରେ ଆଦିତ୍ୟ-ଏଲ୍‌୧ ଉତ୍‌କ୍ଷେପଣ କରାଯିବ ବୋଲି ଇସ୍ରୋ ପ୍ରକାଶ କରିଛି।  ସୂର୍ଯ୍ୟଙ୍କ ଅଧ୍ୟୟନ ନିମନ୍ତେ  ଆଦିତ୍ୟ ଏଲ-୧କୁ ମହାକାଶ ପଠାଇବା ପାଇଁ ଇସ୍ରୋ ପ୍ରସ୍ତୁତି ଆରମ୍ଭ କରିଛି । ଆଦିତ୍ୟ ଏଲ-୧ ମହାକାଶ ଯାନକୁ ସୋଲାର କରୋନା (ସୂର୍ଯ୍ୟଙ୍କ ସବୁଠୁ ବାହ୍ୟ ଭାଗ)ର ରିମୋଟ ଅବଜର୍ଭେସନ ଓ ଏଲ-୧ (ସୂର୍ଯ୍ୟ-ପୃଥିବୀ ଲଙ୍ଗ ରେଞ୍ଜ ପଏଣ୍ଟ)ରେ ସୌର ବାୟୁର ପର୍ଯ୍ୟବେକ୍ଷଣ କରାଯିବ।

Related posts

ସିକନ୍ଦରାବାଦ-ବିଶାଖାପାଟଣା ‘ବନ୍ଦେ ଭାରତ ଏକ୍ସ୍‌ପ୍ରେସ୍‌’ ଚଳାଚଳ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

mahabharatanews

ଦିଲ୍ଲୀରେ ସବୁଠୁ ଅଧିକା ଥଣ୍ଡା ରେକର୍ଡ

mahabharatanews

‘କରୋନାଠୁ ଆସିବ ବଡ଼ ମହାମାରୀ’ :ହୁ

mahabharatanews