ଭାରତ

ଆଦିତ୍ୟ-ଏଲ୍‌୧; ସରିଲା ଟ୍ରାଏଲ  

(ଦିଲ୍ଲୀ) : ଇସ୍ରୋ ପ୍ରଥମ ସୌର ମିସନ ଆଦିତ୍ୟ-ଏଲ୍‌୧ର ଲଞ୍ଚ୍ ରିହର୍ସାଲ କରିଛି । ଇସ୍ରୋ ପକ୍ଷରୁ ଟ୍ବିଟରରେ ସୂଚନା ପ୍ରଦାନ କରି କୁହାଯାଇଛି ଯେ, ଆଦିତ୍ୟ-ଏଲ୍‌୧ର ଉତ୍‌କ୍ଷେପଣ ପାଇଁ ପ୍ରସ୍ତୁତି ଚାଲିଛି। ଏହାର ଲଞ୍ଚ୍ ରିହର୍ସାଲ ଓ ଆଭ୍ୟନ୍ତରୀଣ ଯାଞ୍ଚ ସମ୍ପନ୍ନ ହୋଇଛି। ଏ ନେଇ ‌ଇସ୍ରୋ କେତେକ ଛବି ମଧ୍ୟ ଏକ୍ସରେ ପୋଷ୍ଟ କରିଛି।

ସୂଚନାନୁଯାୟୀ ,  ସେପ୍ଟେମ୍ବର ୨ ତାରିଖରେ ଆଦିତ୍ୟ-ଏଲ୍‌୧ ଉତ୍‌କ୍ଷେପଣ କରାଯିବ ବୋଲି ଇସ୍ରୋ ପ୍ରକାଶ କରିଛି।  ସୂର୍ଯ୍ୟଙ୍କ ଅଧ୍ୟୟନ ନିମନ୍ତେ  ଆଦିତ୍ୟ ଏଲ-୧କୁ ମହାକାଶ ପଠାଇବା ପାଇଁ ଇସ୍ରୋ ପ୍ରସ୍ତୁତି ଆରମ୍ଭ କରିଛି । ଆଦିତ୍ୟ ଏଲ-୧ ମହାକାଶ ଯାନକୁ ସୋଲାର କରୋନା (ସୂର୍ଯ୍ୟଙ୍କ ସବୁଠୁ ବାହ୍ୟ ଭାଗ)ର ରିମୋଟ ଅବଜର୍ଭେସନ ଓ ଏଲ-୧ (ସୂର୍ଯ୍ୟ-ପୃଥିବୀ ଲଙ୍ଗ ରେଞ୍ଜ ପଏଣ୍ଟ)ରେ ସୌର ବାୟୁର ପର୍ଯ୍ୟବେକ୍ଷଣ କରାଯିବ।

Related posts

ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଆରମ୍ଭ ହେଲା ଭୋଟ୍‌ ଗ୍ରହଣ

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୩,୧୬୬ ଆକ୍ରାନ୍ତ ଚିହ୍ନଟ ଓ ୩୦୨ ଜଣ ମୃତ

mahabharatanews

ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଛି ୪,୪୧୭ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews