ଭାରତ

ଦିଲ୍ଲୀରେ ସବୁଠୁ ଅଧିକା ଥଣ୍ଡା ରେକର୍ଡ

 (ଜମ୍ମୁ କଶ୍ମୀର) : ଜଳବାୟୁ ପରିବର୍ତ୍ତନରେ ଜମ୍ମୁ କଶ୍ମୀର ମଧ୍ୟ ବାଦ୍‌ ପଡ଼ିନାହିଁ। ଜମ୍ମୁ କଶ୍ମୀରର ଶ୍ରୀନଗରରେ ଯେଉଁ ସମୟରେ ବରଫ ପଡ଼ିବା କଥା ସେଠାରେ ଏବେ ଦିନର ସର୍ବାଧିକ ତାପମାତ୍ରା ଶନିବାର ୧୫ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ଶ୍ରୀନଗରର ଉକ୍ତ ତାପମାତ୍ରା ସର୍ବାଧିକ ବୋଲି ଜଣାଯାଇଛି।

ସୂଚନାନୁଯାୟୀ,ଏପରିକି ରାଜଧାନୀ ଦିଲ୍ଲୀର ତାପମାତ୍ରା ତୁଳନାରେ ଶ୍ରୀନଗରର ତାପମାତ୍ରା ଅଧିକ। ସମୁଦାୟ କଶ୍ମୀର ଉପତ୍ୟକାର ପାଣିପାଗରେ ଅସ୍ବାଭାବିତ ପରିଲକ୍ଷିତ ହୋଇଛି। ଜାନୁଆରିରେ ବର୍ତ୍ତମାନ ସୁଦ୍ଧା ବରଫପାତରେ ୧୦୦ ପ୍ରତିଶତ ନିଅଣ୍ଟିଆ ପରିସ୍ଥିତି ରେକର୍ଡ କରାଯାଇଛି। ଦୀର୍ଘଦିନ ଧରି ପାଣିପାଗ ଶୁଖିଲା ରହିବା କାରଣରୁ କଶ୍ମୀରର ବିଭିନ୍ନ ଅଞ୍ଚଳରେ ବରଫପାତ ଦେଖିବାକୁ ମିଳୁନାହିଁ। ଏଥିଯୋଗୁ ଅଧିକାଂଶ ସ୍ଥାନର ତାପମାତ୍ରା ସ୍ବାଭାବିକତା ତୁଳନାରେ ୬ରୁ ୮ ଡିଗ୍ରି ଅଧିକ ରହୁଛି। ଅନ୍ୟପକ୍ଷରେ ଚଳିତ ଶୀତ ଋତୁରେ ରବିବାର ସକାଳ ଦିଲ୍ଲୀରେ ସବୁଠୁ ଥଣ୍ଡା ରେକର୍ଡ ‌କରାଯାଇଛି। ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରି ସେଲସିୟସକୁ ହ୍ରାସ ପାଇଛି। ଖରାଦିନେ ମଧ୍ୟ ଏଭଳି ସ୍ଥିତି ଦେଖିବାକୁ ମିଳୁଛି।

Related posts

ବିଶ୍ୱକପରେ ସ୍ଥାନ ପାଇବେ କୋଭିଡ ପଜିଟିଭି ଖେଳାଳି

mahabharatanews

ସେନା କ୍ୟାମ୍ପ ଉପରେ ଆତଙ୍କୀ ଆକ୍ରମଣ, ଜଣେ ଯବାନ ଆହାତ

mahabharatanews

 ଦିଲ୍ଲୀରେ ପ୍ରବଳ ଟ୍ରାଫିକ୍ ଭିଡ଼

mahabharatanews