ଭାରତ

ହୋଟେଲ୍‌ରେ ଦୀର୍ଘ ଦିନ ରହିବା ପରେ ; ଘରକୁ ଫେରି ଚାଷକାମରେ ଲାଗିଛନ୍ତି ବିଦ୍ରୋହୀ ବିଧାୟକ ‘ଶିବସେନା’

ପାଲ୍‌ଘର୍‌: ସଂଖ୍ୟାଗରିଷ୍ଠତା ପ୍ରମାଣ କରି ଏକନାଥ ସିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବା ପରେ ଅଧିକାଂଶ ବିଦ୍ରୋହୀ ଶିବସେନା ବିଧାୟକ ନିଜ ନିଜର ବାସସ୍ଥାନ ଥିବା ନଗରୀକୁ ଫେରି ଆସିଛନ୍ତି।  ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଶ୍ରୀନିବାସ ବଙ୍ଗା। ଘରକୁ ଫେରିବା ପରେ ଏବେ ସେ ପରିବାର ଲୋକମାନଙ୍କ ସଙ୍ଗରେ ମିଶି ବିଲରେ କାମ କରୁଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ମାଆ, ପତ୍ନୀ ଓ ୧୪ ବର୍ଷିୟ ପୁଅ ସହ ବାସ କରୁଥିବା ପାଲ୍‌ଘର୍‌ର ବିଧାୟକ ଶ୍ରୀନିବାସ ବଙ୍ଗାଙ୍କର ତଲାସରୀରେ ଧାନବିଲ ଅଛି।

ପରିବାର ସହ ଉକ୍ତ ଧାନ ବିଲରେ ୪୦ ବର୍ଷିୟ ବଙ୍ଗା କାମ କରୁଥିବା ଦୃଶ୍ୟ ସମ୍ବଳିତ କେତେକ ଭିଡିଓ ବର୍ତ୍ତମାନ ଅନ୍‌ଲାଇନ୍‌ରେ ଭାଇରାଲ୍‌ ହେଉଛି।ବଙ୍ଗା କହିଛନ୍ତି, ଶରଦ ପାୱାର୍‌ଙ୍କ ‘ଏନ୍‌ସିପି’ ଏବଂ କଂଗ୍ରେସ ସହ ହୋଇଥିବା ମେଣ୍ଟ ଉପରେ ବିଧାୟକମାନେ ଅସନ୍ତୁଷ୍ଟ ହୋଇଥିବା କାରଣରୁ ସେ ଉଦ୍ଧବ ଠାକ୍‌ରେଙ୍କ ବିପକ୍ଷରେ ବିଦ୍ରୋହ କରିଥିବା ବିଧାୟକମାନଙ୍କ ସହିତ ଯୋଗ ଦେଇଥିଲେ। ମହାରାଷ୍ଟ୍ର ସରକାରରେ ‘ଏନ୍‌ସିପି’ ନିଷ୍ପତ୍ତିଗ୍ରହଣକାରୀ ଆସନରେ ବସିଥିବା ବେଳେ ଆମେ ହିନ୍ଦୁତ୍ବ ବିଚାରଧାରାରୁ ଦୂରେଇ ଯାଉଥିଲୁ।

ତେଣୁ, ମୁଁ ସିନ୍ଦେଙ୍କ ଗୋଷ୍ଠୀକୁ ଯିବା ପାଇଁ ମନବଳାଇଲି। କିନ୍ତୁ, ଏବେ ମଧ୍ୟ ମୋର ପୂର୍ବତନ ମୁଖ୍ୟମନ୍ତ୍ରୀ ଠାକ୍‌ରେଙ୍କ ପ୍ରତି ସମ୍ମାନ ରହିଛି। ଠାକ୍‌ରେଙ୍କ ପ୍ରତି ବିଦ୍ରୋହୀ ବିଧାୟକମାନଙ୍କର ଯଥେଷ୍ଟ ସମ୍ମାନ ଅଛି କହି ସେ କହିଛନ୍ତି, ‘ଏନ୍‌ସିପି’ ସରକାର ଚଳାଉଥିବା କାରଣରୁ ଉଦ୍ଧବଜୀ ମୁଖ୍ୟମନ୍ତ୍ରୀ ଥିବା ବେଳେ ମଧ୍ୟ ବିଧାୟକମାନେ ରାଗୁଥିଲେ। ସେଥିପାଇଁ ଆମକୁ ଏଭଳି କରିବାକୁ ପଡ଼ିଲା। ମୌସୁମୀ ବାୟୁ ପ୍ରବାହଜନିତ ଉତ୍ତମ ବୃଷ୍ଟିପାତ ଯୋଗୁଁ ଅଧିକ ଅମଳ ଆଶା ରଖି ପାଲ୍‌ଘର୍‌ କୃଷକମାନେ ପ୍ରସ୍ତୁତି କରୁଛନ୍ତି।

Related posts

୨ ହଜାରରୁ ଅଧିକ ରେଳ ପ୍ରକଳ୍ପ ଉଦଘାଟିତ ଓ ଶିଳାନ୍ୟାସ

mahabharatanews

ବିସ୍ଫୋରଣରେ ଉଡ଼ାଇଲେ ରେଳ ଧାରଣା

mahabharatanews

ବର୍ଷା ଓ ଭୂସ୍ଖଳନ; ହିମାଚଳରେ ୭୧ ମୃତ

mahabharatanews