(ଦିଲ୍ଲୀ) : ଭାରତୀୟ କୁସ୍ତି ବିବାଦ ଥମିବାର ନାଁ ନେଉ ନାହିଁ । କୁସ୍ତି ଫେଡେରେସନ୍ ନିର୍ବାଚନର କିଛି ଘଣ୍ଟା ପରେ ସାକ୍ସି ମଲିକ୍ ଅବସର ଘୋଷଣା କରିଥିଲେ । ସାକ୍ସି ୨୦୧୬ ରିଓ ଅଲିମ୍ପିକ୍ସର ପଦକ ବିଜେତା ମଧ୍ୟ । ପରଦିନ ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିଥିବା ବଜରଙ୍ଗ ପୁନିଆ ତାଙ୍କ ପଦ୍ମଶ୍ରୀ ପୁରସ୍କାର ଫେରାଇବାକୁ ଘୋଷଣା କରିଥିଲେ ।
ସୂଚନାନୁଯାୟୀ , ଆଉ ବର୍ତ୍ତମାନ ମହିଳା ରେସଲର ଭିନେଶ ଫୋଗେଟ୍ ମଧ୍ୟ ତାଙ୍କର ଦୁଇଟି ପୁରସ୍କାର ଫେରାଇବାକୁ ନିଷ୍ପତ୍ତି ନେଇଛନ୍ତି । ବିନେଶ ଫୋଗାଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ, ମୁଁ ମୋର ‘ମେଜର ଧ୍ୟାନଚନ୍ଦ ଖେଳ ରତ୍ନ’ ଏବଂ ଅର୍ଜୁନ ପୁରସ୍କାର ଫେରସ୍ତ କରୁଛି । ମୋତେ ଏହି ପରିସ୍ଥିତିକୁ ଆଣିଥିବାରୁ ଶକ୍ତିଶାଳିମାନଙ୍କୁ ଅନେକ ଅନେକ ଧନ୍ୟବାଦ । ସେ ଏହି ଚିଠିକୁ ସୋସିଆଲ ମିଡିଆ ଏକ୍ସରେ ସେୟାର କରିଥିବା ଦେଖାଯାଇଛି । ୨୦୧୬ ରେ ବିନେଶ ଫୋଗେଟ୍ ଅର୍ଜୁନ ପୁରସ୍କାର ଗ୍ରହଣ କରିଥିଲେ । ଆଜି ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିବେ ମୋଦୀ ଏହା ପରେ ‘ମେଜର ଧ୍ୟାନଚନ୍ଦ ଖେଳ ରତ୍ନ’ ୨୦୨୦ ରେ ଗ୍ରହଣ କରିଥିଲେ । ଭାରତର ଜଣେ କ୍ରୀଡ଼ାବିତ୍ଙ୍କୁ ଦିଆଯାଇଥିବା ଖେଲ ରତ୍ନ ହେଉଛି ସବୁଠାରୁ ବଡ ପୁରସ୍କାର ।