ଭାରତ

ଦିଲ୍ଲୀରେ ଥିବା ଇସ୍ରାଏଲ୍ ଦୂତାବାସରେ ବିସ୍ଫୋରଣ 

(ଦିଲ୍ଲୀ) : ମଙ୍ଗଳବାର ଦିନ ଦିଲ୍ଲୀରେ ଥିବା ଇସ୍ରାଏଲ୍ ଦୂତାବାସରେ ବିସ୍ଫୋରଣ । କୁହାଯାଉଛି ଯେ ଏହି ବିସ୍ଫୋରଣ ଇସ୍ରାଏଲ୍ ଦୂତାବାସ ପଛରେ ଥିବା ଏକ ଖାଲି ଜାଗାରେ ହୋଇଛି । ଜଣେ ବ୍ୟକ୍ତି ପୋଲିସକୁ ଡାକି ବିସ୍ଫୋରଣ ବିଷୟରେ ସୂଚନା ଦେଇଥିଲେ, ପରେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚିଥିଲା । ତେବେ ପୋଲିସ ସର୍ଚ୍ଚ ଅପରେସନ ଜାରି ରଖିଛି  ।

ସୂଚନାନୁଯାୟୀ ,  ଘଟଣାସ୍ଥଳରେ ତଦନ୍ତ ଜାରି ରହିଛି । ଏହି ସମୟୋ ବମ୍ ସ୍କ୍ୱାର୍ଡର ସ୍ପେଶାଲ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଁଞ୍ଚିଛି । ଦିଲ୍ଲୀ ଅଗ୍ନିଶମ ସେବା ନିର୍ଦ୍ଦେଶକ ଅତୁଲ ଗର୍ଗ କହିଛନ୍ତି ଯେ ଏପର୍ଯ୍ୟନ୍ତ ଘଟଣାସ୍ଥଳରୁ କିଛି ମିଳିନାହିଁ । ଏହା ସହିତ ଦିଲ୍ଲୀ ପୋଲିସ ମଧ୍ୟ କହିଛି ଯେ ଏପର୍ଯ୍ୟନ୍ତ କୌଣସି ବିସ୍ଫୋରକ ସାମଗ୍ରି ମିଳିନାହିଁ କିନ୍ତୁ ସର୍ଚ୍ଚ ଅପରେସନ ଜାରି ରହିଛି । ଜଣେ ଯେତେବେଳେ ବାହାର ଆଡକୁ ଦେଖିଲେ ସେତବେଳେ ଏକ ଗଛ ନିକଟରେ ଧୂଆଁ ଉଠୁଥିବା ଦେଖାଯାଇଥିଲା ।

Related posts

କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ପରଲୋକ | ୫୮ ବର୍ଷ ବୟସରେ ଆଖିବୁଜିଛନ୍ତି କମେଡିଆନ ରାଜୁ

mahabharatanews

ଆଜି ମୁମ୍ବାଇରେ ଖୋଲିଲା ଦେଶର ପ୍ରଥମ ଆପଲ୍ ଷ୍ଟୋର

mahabharatanews

ମାଣ୍ଡିଆ ଖାଇବେ ବଡ଼ ବଡ଼ ଶିଳ୍ପପତି

mahabharatanews