ଓଡିଶା

ଛତିଶଗଡ଼ ଓ ରାଜସ୍ଥାନ ପରେ ଓଡିଶା ସରକାର ପୁରୁଣା ପେନସନ୍ ଯୋଜନା ଘୋଷଣା କରନ୍ତୁ

ଭୁବନେଶ୍ୱର : ନୂତନ ପେନସନ ଉଛେଦ କରି ପୁରୁଣା ପେନସନ ଲାଗୁକରିବା ଦାବିରେ ଆଜି ଓଡ଼ିଶାର ସମସ୍ତ କର୍ମଚାରୀ ସଂଗଠନ ସ୍ଥାନୀୟ ଓଡିଶା ସଚିବାଳୟ ସେବା ସଂଘର ସମ୍ମିଳନୀ କକ୍ଷ ଠାରେ ବିଜୟ ମଲ୍ଲ ଆବାହକ ଓ ରାଷ୍ଟ୍ରୀୟ ସଂଯୋଜକ ଇଫତେଖାର ଅହମ୍ମଦଙ୍କ ତତ୍ତ୍ଵାବଧାନରେ ନୂତନ ପେନସନ ଉଛେଦ କରି ପୁରୁଣା ପେନସନ ଲାଗୁକରିବା ପାଇଁ ଦାବି କରାଯାଇଛି । ଆଜି ଓଡ଼ିଶାର ବିଭିନ୍ନ ବିଭାଗର ମୋଟ ୨୯ ଟି କର୍ମଚାରୀ ସଂଗଠନ ସ୍ଥାନୀୟ ଓଡିଶା ସଚିବାଳୟ ସେବା ସଂଘର ସମ୍ମିଳନୀ କକ୍ଷ ଠାରେ ଏକତ୍ରିତ ହୋଇ ଲୋଗୋ ଉନ୍ମୋଚନ କରିଥିଲେ। ଏହି ସଭାର ସଭାପତି ତଥା ଓଡିଶା ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ପୁରନ୍ଦର ନନ୍ଦ ଓ ବିଶିଷ୍ଟ କର୍ମଚାରୀ ନେତା ଶ୍ରୀ ପ୍ରଭାତ ମହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ। ଇତି ମଧ୍ୟରେ ରାଜସ୍ଥାନ, ଛତିଶଗଡ ରାଜ୍ୟ ପୁରୁଣା ପେନସନ ଲାଗୁକରିବା ପାଇଁ ଘୋଷଣା କରିସାରିଥିବା ବେଳେ ଓଡିଶା ସରକାର ଯଥାଶୀଘ୍ର ଘୋଷଣା କରନ୍ତୁ ବୋଲି ବିଭିନ୍ନ କର୍ମଚାରୀ ସଂଘ ମାନେ ମାତବ୍ୟକ୍ତ ରଖିଥିଲେ । ଏକ ଆଡହକ କମିଟି ଗଠନ କରାଯାଇଛି ଏହି କମିଟି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦେଖାକରି ଦବିପତ୍ର ପ୍ରଦାନ କରିବେ।

ଆଜିର ବୈଠକରେ ବିଭିନ୍ନ ସଂଗଠନ ମାନଙ୍କ ମଧ୍ୟରେ ଓଡ଼ିଶା ସଚିବାଳୟ ସେବା ସଙ୍ଘ, ମୁଖ୍ୟଦପ୍ତର ସଙ୍ଘ,ଓଡ଼ିଶା ପ୍ରଶାସନିକ ସେବା, ଓଡ଼ିଶା ଅମଲା ସଙ୍ଘ, ରାଜସ୍ୱ ଅମଲା ସଂଘ,ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘ, ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ,ଓଡିଶା ପଲିଟେକ୍ନିକ୍ ଟିଚର ଆସୋସିଏସନ,ମହିଳା ଓ ଶିଶୁବିକାଶ, ନର୍ସିଂ ସଙ୍ଘ, ଅବକାରୀ କର୍ମଚାରୀ ସଙ୍ଘ, ଓଡ଼ିଶା ଅଗ୍ନିଶମ ସେବାସଙ୍ଘ, କୃଷି ଏବଂ ଆନୁଷଙ୍ଗିକ କୃଷି ସେବା ମହାସଂଘ, ଓଡ଼ିଶା ଉଚ୍ଚ ବିଦ୍ୟାଳୟ ଶିକ୍ଷକ ମହାସଂଘ,ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ,ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘ,ଓଡ଼ିଶା ରେଡ଼ିଓ ଗ୍ରାଫର ସଙ୍ଘ, ଓଡିଶା ପୁନର୍ବାସ ସହାୟତା ଯୋଜନା କର୍ମଚାରୀ ସଂଘ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ ସରକାର ୦୧.୦୧.୨୦୦୫ ଠାରୁ ପୁରୁଣା ପେନସନ ବନ୍ଦ କରି ନୂଆ ପେନସନ ଯୋଜନା ଲାଗୁ କରିଦେଲେ, ଯାହା ଫଳରେ ଘଚଝ କର୍ମଚାରୀ ମାନେ ଅବସର ପରେ ଘଚଝ ବହୁତ ଅସୁବିଧାର ସମ୍ମୁଖୀନହଉଛନ୍ତି।

Related posts

ଦୀର୍ଘ ୯ମାସ ପରେ ଖୋଲିଲା ଶ୍ରୀମନ୍ଦିର

mahabharatanews

ଗୁରୁତର ଅବସ୍ଥାରେ କୁଟୁରା ଉଦ୍ଧାର

mahabharatanews

ଟୁକୁଣା ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା

mahabharatanews