ଓଡିଶା

ରାଜଧାନୀକୁ ପଶି ଆସିଥିବା ହାତୀକୁ ଟ୍ରାଙ୍କୁଲାଇଜ ପରେ ଚନ୍ଦକା ସ୍ଥାନାନ୍ତର

ଭୁବନେଶ୍ୱର : ରାଜଧାନୀକୁ ପଶି ଆସିଥିବା ହାତୀକୁ ଟ୍ରାଙ୍କୁଲାଇଜ ପରେ ସ୍ଥାନାନ୍ତର | ଟ୍ରାଙ୍କୁଲାଇଜ୍‌ ପରେ ଚନ୍ଦକାକୁ ନିଆଯାଉଛି ଦନ୍ତା। କ୍ରେନ୍‌ ସାହାଯ୍ୟରେ ଉଠାଯିବା ପରେ ହାତୀକୁ ଟ୍ରକରେ ରଖାଯାଇଛି। ପୂରା ଏସ୍କର୍ଟ ବ୍ୟବସ୍ଥା ଭିତରେ ପୋଲିସ ଓ ବନ କର୍ମଚାରୀ ନେଉଛନ୍ତି | ଗତକାଲି ବିଳମ୍ବିତ ରାତିରେ ଧଉଳିରୁ ଗ୍ୟାରେଜ ଛକ ଦେଇ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ପଶିଆସିଥିଲା ଦନ୍ତା। ସହର ମଧ୍ୟକୁ ପଶିଅଆସିଥିବାରୁ ନାକେଦମ୍‌ ହୋଇଥିଲ ବନବିଭାଗ କର୍ମଚାରୀ।

ଦିନରେ ପିପିଲିରେ ଆତଙ୍କ ଖେଳାଇବା ପରେ ରାତିରେ ଭୁବନେଶ୍ୱରରେ ପସିଥିଲା। ଆଇଗିଣିଆ ଶନି ମନ୍ଦିର ନିକଟରେ ହାତୀଟିକୁ ଟ୍ରାଙ୍କୁଲାଇଜ୍‌ କରିଥିଲା ବନ ବିଭାଗ । ଏହାପରେ ଟ୍ରକରେ ନିଆଯାଇ ଚନ୍ଦକା ଜଙ୍ଗଲରେ ଛଡାଯିବ।

Related posts

୮୧ ଜଣ ଡାକ୍ତରଙ୍କ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

mahabharatanews

ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା : ୬ ଜିଲ୍ଲାରେ ୟେଲୋୱାର୍ଣ୍ଣିଂ ଜାରି

mahabharatanews

ଜାନୁଆରି ପହିଲାରେ ମେଟ୍ରୋର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

mahabharatanews