ଓଡିଶା

  ଅକ୍ଟୋବର ପ୍ରଥମ ସପ୍ତାହରେ ଓଡ଼ିଶାରେ ବାତ୍ୟା ଆଶଙ୍କା 

(ଭୁବନେଶ୍ୱର) : ଓଡ଼ିଶାକୁ ବାତ୍ୟା ଭୟ। ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ଏପରିକି ବାତ୍ୟାଟି ଓଡ଼ିଶାମୁହାଁ ହୋଇପାରେ ବୋଲି କିଛି ମଡେଲର ଆକଳନରୁ ସୂଚନା ମିଳୁଛି। ଏହା ଧୀରେ ଧୀରେ ଅଧିକ ଘନୀଭୂତ ହୋଇ ଅକ୍ଟୋବର ୨ରୁ ୩ ତାରିଖ ଆଡ଼କୁ ଏକ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେଇପାରେ। ଏହା ଓଡ଼ିଶାମୁହାଁ ହେବାର ଅଧିକ ସମ୍ଭାବନା ରହିଥିବା ଆକଳନରୁ ଜଣାପଡ଼ୁଛି।

ସୂଚନାନୁଯାୟୀ , ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଦ୍ୱିତୀୟ ସପ୍ତାହ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଆହୁରି ଘନୀଭୂତ ହୋଇ ଏକ ଅବପାତ କିମ୍ବା ‘ବାତ୍ୟା’ରେ ପରିଣତ ହେବାର ଅଳ୍ପ ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Related posts

ନ୍ୟାୟରୁ ବଞ୍ଚିତ ଦମ୍ପତିଙ୍କ ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ

mahabharatanews

କଟକଣାକୁ ଧୂଆଁରେ ଉଡେଇଦେଲେ ବିଧାୟକ

mahabharatanews

ଜିଲ୍ଲାପାଳ କ୍ଷମତାର ଦୁରୁପଯୋଗ କଲେ ସରପଞ୍ଚ, ୫ ପରିବାର ବାସହରା

mahabharatanews