ଓଡିଶା

ଖୋଲିଲା ହୀରାକୁଦର ୬ଟି ଗେଟ୍ 

(ହୀରାକୁଦ) :  ପୁଣି  ଖୋଲିଲା ହୀରାକୁଦ ଗେଟ। ହୀରାକୁଦର ୬ଟି ଗେଟ୍ ଖୋଲାଯାଇଛି । ବାମ ପାର୍ଶ୍ୱର ୪ , ଡାହଣ ପାର୍ଶ୍ୱର ୨ଟି ଗେଟ୍ ଖୋଲଯାଇଛି । ପୂର୍ବରୁ ଉପର ମୁଣ୍ଡରେ ବର୍ଷା କମି ଯାଇଥିବା ହେତୁ ସମସ୍ତ ଗେଟ ବନ୍ଦ କରାଯାଇଥିଲା । ଏବେ ପୁଣି ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ହୋଇଛି । ହୀରାକୁଦ ଜଳଭଣ୍ଡାରକୁ ୧  ଲକ୍ଷ ୫୮  ହଜାର ୮୯୨ କ୍ୟୁସେକ ଜଳ ପ୍ରବେଶ କରୁଛି ।

ସୂଚନାନୁଯାୟୀ , ଅପରପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ସେପଟେ ଓଡ଼ିଶାକୁ ବାତ୍ୟା ଭୟ। ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ଏପରିକି ବାତ୍ୟାଟି ଓଡ଼ିଶାମୁହାଁ ହୋଇପାରେ ବୋଲି କିଛି ମଡେଲର ଆକଳନରୁ ସୂଚନା ମିଳୁଛି। ଏହା ଧୀରେ ଧୀରେ ଅଧିକ ଘନୀଭୂତ ହୋଇ ଅକ୍ଟୋବର ୨ରୁ ୩ ତାରିଖ ଆଡ଼କୁ ଏକ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେଇପାରେ। ଏହା ଓଡ଼ିଶାମୁହାଁ ହେବାର ଅଧିକ ସମ୍ଭାବନା ରହିଥିବା ଆକଳନରୁ ଜଣାପଡ଼ୁଛି।

Related posts

ମା’ କାଳିକା ଭାଗବତ ପ୍ରତିଯୋଗିତା ଉଦଯାପିତ

mahabharatanews

ବୃଦ୍ଧି ପାଇଲା ମହଙ୍ଗା ଭତ୍ତା

mahabharatanews

ମହିଳାଙ୍କ ତଣ୍ଟି ଚିପି ହତ୍ୟାକଲା ସାବତ ପୁଅ

mahabharatanews