Uncategorized

ଅଗଷ୍ଟା ୱେଷ୍ଟ ଭିଭିଆଇପି ହେଲିକପ୍ଟର ଦୁର୍ନୀତି: ଇଡିର ଚଢାଉ

ନୂଆଦିଲ୍ଲୀ: ଅଗଷ୍ଟା ୱେଷ୍ଟଲାଣ୍ଡ୍ ଭିଭିଆଇପି ହେଲିକପ୍ଟର୍ ମାମଲାରେ ବୁଧବାର ଦିନ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ପୁଣି ତତ୍ପରତା ଦେଖାଇଛି । ଗତକାଲି ବ୍ୟବସାୟୀ ଶ୍ରବଣ ଗୁପ୍ତାଙ୍କ ପ୍ରତିଷ୍ଠାନ ଏବଂ ଏଥିରେ ସମ୍ପୃକ୍ତ ଅନ୍ୟ ଛଅଟି ସ୍ଥାନରେ ଚଢ଼ାଉ ହୋଇଛି । ଗୁପ୍ତା ହେଉଛନ୍ତି ରିୟଲ୍ ଇଷ୍ଟେଟ୍ କମ୍ପାନି ‘ଇମାର ଏମ୍‌ଜିଏଫ୍’ର ପୂର୍ବତନ ପରିଚାଳନା ନିର୍ଦେଶକ।
ସରକାରୀ ଅଧିକାରୀଙ୍କ ଅନୁଯାୟୀ, ୩, ୭୨୭ କୋଟି ଟଙ୍କା ଦୁର୍ନୀତିର ପ୍ରମାଣ ପାଇଁ ଗୁପ୍ତାଙ୍କ ପ୍ରତିଷ୍ଠାନ ତଲାସ କରାଯାଇଛି। ପ୍ରିଭେନ୍‌ସନ୍ ଅଫ୍ ମନି ଲଣ୍ଡ୍ରିଙ୍ଗ୍‌ ଆକ୍ଟ୍‌ ବଳରେ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅଗଷ୍ଟା ୱେଷ୍ଟ୍‌ଲାଣ୍ଡ୍ ଦୁର୍ନୀତିରେ ପ୍ରକୃତରେ କେଉଁମାନେ ୭୦ ନିୟୁତ ୟୁରୋ ଲାଞ୍ଚ ପାଇଛନ୍ତି ତାଙ୍କୁ ଧରିବାକୁ ପ୍ରବର୍ତ୍ତନ ନିର୍ଦେଶାଳୟ ଓ ସିବିଆଇ ଉଦ୍ୟମ ଚଳାଇଛନ୍ତି। ଖୁବ୍ ଶୀଘ୍ର ସିବିଆଇ ମଧ୍ୟ ପାଞ୍ଚ ଜଣ ବରିଷ୍ଠ ସରକାରୀ କର୍ମଚାରୀ ଏବଂ ବ୍ରିଟିଶ ମଧ୍ୟସ୍ଥି କ୍ରିଷ୍ଟିଆନ୍ ମାଇକେଲ୍‌ଙ୍କ ବିରୋରେ ଚାର୍ଚସିଟ୍ ଦାଖଲ କରିବାକୁ ଯାଉଛି। ଏଥିପାଇଁ ସିବିଆଇ ସରକାରଙ୍କ ଠାରୁ ମଞ୍ଜୁରୀ ଆଣି ସାରିଛି। ଆସନ୍ତା ଦୁଇ ମାସ ମଧ୍ୟରେ ଏହି ମାମଲାରେ ବହୁଗୁଡିଏ ବିକାଶ ଘଟିବ ବୋଲି ଦୁଇ ଏଜେନ୍ସିର ଅଧିକାରୀ କହିଛନ୍ତି।

Related posts

କିପରି ସଫା କରିବେ ହୋଲି ରଙ୍ଗରେ ରଙ୍ଗୀନ କପଡ଼ା

mahabharatanews

୨୨ ପୂର୍ବରୁ ତିହାର ଜେଲରେ ପରୀକ୍ଷାମୂଳକ ଫାଶୀ

mahabharatanews

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡରୁ ଓହରିଲେ କମଲା ହାରିଶ

mahabharatanews