ଓଡିଶା

ଏଣିକି ସମସ୍ତ ଅଫିସରେ ଲାଗିବ ଏଆଇ କ୍ୟାମେରା

ଭୁବନେଶ୍ୱର;-ଏଣିକି ସମସ୍ତ ଅଫିସରେ ଲାଗିବ ଏଆଇ କ୍ୟାମେରା ।ପ୍ରଥମେ ଖାରବେଳ ଭବନ ଓ ଲୋକସେବା ଭବନରେ ଲାଗିବ କ୍ୟାମେରା । ପରେ ଜିଲ୍ଲାସ୍ତରୀୟ ସବୁ ସରକାରୀ ଅଫିସରେ ଏଆଇ କ୍ୟାମେରା ଲଗାଯିବ । ତେବେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିବା ସଚିବ ସ୍ତରୀୟ ବୈଠକରେ ୧୦ଟି ଦିଗ ଉପରେ ଫୋକସ ଦିଆଯାଇଛି ।

ତେବେ ସିଏମଙ୍କ ଅଫିସରୁ ଆସୁଥିବା ୟୁଆଇ ନୋଟର ତୁରନ୍ତ ଉତ୍ତର ସହ ପଦକ୍ଷେପ ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ନିର୍ଦ୍ଧାରିତ ସମୟରେ ଅଧିକାରୀ ମାନେ ଅଫିସ ଆସବା ନେଇ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଏହାସହିତ ଭଲ ପ୍ରଦର୍ଶନ ନଥିବା ଅଧିକାରୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ହୋଇଛି ।

ସୁପ୍ରଦର୍ଶନରେ ସୁଧାର ନଆସିଲେ ଆଗୁଆ ଅବସରରେ ଗୁରୁତ୍ୱ ଦିଆଯିବ । ସେହିପରି ଅକ୍ଟୋବର ମାସରୁ ଆରମ୍ଭ ହେବା ସିଏମ ଡାସ୍ ବୋର୍ଡ । କେନ୍ଦ୍ରୀୟ ସ୍କିମ୍ ପ୍ରତିମାସ ୭ ତାରିଖରେ ଜିଲ୍ଲାପାଳ ସମୀକ୍ଷା କରିବେ । ବୈଠକରେ ଏହାମଧ୍ୟ କୁହାଯାଇଛି କି, ଲୋକଙ୍କୁ ସେବା ପ୍ରଦାନରେ ବିଳମ୍ବର ଅନୁଧ୍ୟାନ କରାଯିବ ।

ସେପଟେ ୨ ତାରିଖରେ ଜଙ୍ଗଲ ଓ ପରିବେଶ ବିଭାଗ ଓ ରାଜସ୍ୱ ବିଭାଗ ସମୀକ୍ଷା କରିବେ । ସବୁ ବୀଭାଗ ସେମାନଙ୍କ ବିଭାଗର ଖର୍ଚ୍ଚ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବ । ଅଫିସରଙ୍କୁ ଫିଲ୍ଡ ଭିଜିଟ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ସହ ଏନଫୋର୍ସମଣ୍ଟେ ଉପରେ ସରକାରଙ୍କ ଗୁରୁତ୍ୱ ରହିବ ।

Related posts

୧୫ ଯାଏଁ ଅତି ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି

mahabharatanews

ଇଚ୍ଛାଧୀନ କୋଟାରେ ସରକାରୀ ଜାଗା ନେବା ଉପରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ

mahabharatanews

ଓଡ଼ିଶା ଉପରେ ପଡ଼ିବ ନାହିଁ ବାତ୍ୟାର ପ୍ରଭାବ

mahabharatanews