ଓଡିଶା

ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ !

କେନ୍ଦ୍ରାପଡା;- ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ । ଏଭଳି ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗରରୁ । ଦଶମ ଶ୍ରେଣୀ ନାବାଳିକା ଛାତ୍ରୀକୁ ଟେକିନେଇ ରାକ୍ଷୀ ପୂର୍ଣ୍ଣିମାରେ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସମ୍ପର୍କୀୟ ପିଉସାଙ୍କ ସମେତ ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ୪ ଯୁବକଙ୍କୁ ଉଠାଇ ଆଣି ଜେରା କରୁଛି ରାଜନଗର ଥାନା ପୋଲିସ ।

ସୁଚନାମୁତାବକ, ରାକ୍ଷୀ ପୂର୍ଣ୍ଣିମା ଦିନ ସମ୍ପର୍କୀୟ ପିଉସା ଛାତ୍ରୀଙ୍କୁ ନେଇ ଭାଲୁକୁଣି ମୂର୍ତ୍ତି କିଣିବାକୁ ମୋଟର ସାଇକେଲରେ ଔପଦା ଯାଇଥିଲେ । ମୂର୍ତ୍ତି ଆଣିବାକୁ ଡାକି ପ୍ରଥମେ ଗର୍ଜନପୁର- ଗୋସିଗାଁ ରାସ୍ତାରେ ଥିବା ପମ୍ପ ହାଉସ ଘର ଓ ପରେ କୁନ୍ଦୁପୁର ଗ୍ରୀଡ ଥିବା ନେଇ ନିଛାଟିଆ ରାସ୍ତାକୁ ନେଇ ଯାଇଥିଲେ ।

ସେଠାରେ ପିଉସା ନାବାଳିକା ସହିତ ଦୁଷ୍କର୍ମ କରୁଥିବାବେଳେ, ସେଠାରେ ମଦ ପିଉଥିବା ଅନ୍ୟ ଯୁବକମାନେ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ । ଏହି ଘଟଣା ସମ୍ପର୍କରେ ପୀଡିତା ନିଜ ଘରେ ଜଣାଇଥିଲେ । ପିଉସାର ଘଟଣାରେ ସମ୍ପୃକ୍ତି ଥିବାରୁ କିଛି ଲୋକ ଏହାକୁ ସମାଧାନ ପାଇଁ ଉଦ୍ୟମ କରିଥିଲେ ।

ଦୁଇ ଦିନ ଧରି ବୁଝାମଣା କରିବା ପାଇଁ ସମାଧାନ ହୋଇ ପାରିନଥିଲା । ଫଳରେ ଗତକାଲି ବିଳମ୍ବିତ ରାଜନଗର ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଦୁଷ୍କର୍ମକାରୀ ପୀଡିତାଙ୍କ ଫଟୋ ଓ ଭିଡିଓ କରି ଭାଇରଲ କରିଥିବା ସୂଚନା ବି ମିଳିଛି। ଘଟଣାରେ ପୁଲିସ ସମ୍ପର୍କୀୟ ପିଉସାଙ୍କ ସମେତ ଅନ୍ୟ ୪ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି।

Related posts

ରାଜ୍ୟରେ କମିବ ବର୍ଷାର ପରିମାଣ 

mahabharatanews

ଓଏଲଏମ ମଞ୍ଚ ପକ୍ଷରୁ ସାତଶଙ୍ଖ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ସଫେଇ

mahabharatanews

ଆସନ୍ତାକାଲି ଓଡିଶା ବନ୍ଦ ଡାକରା ଦେଇଛି କୃଷକ ସଂଗଠନ

mahabharatanews