ଆଜି ଭୁବନେଶ୍ୱର ସ୍ଥିତ ଲୋକସଭା କନ୍ଭେନସନ୍ ହଲରେ ଅନୁଷ୍ଠିତ ହୋଇ ଯାଇଛି AI Impact summit ୨୦୨୫ ଯାହା ଦୁଇଦିନ ଧରି ହେବାକୁ ଥିବାବେଳେ ଏଠାରେ ବଡ ସୂଚନା ଦେଇଛନ୍ତି ମନ୍ତ୍ରୀ , ଆଉ ତାହା ହେଲା ଖୁବ୍ଶୀଘ୍ର ଇଂରାଜୀ ଓ ହିନ୍ଦୀ ଭାଷା ପରି ଓଡିଆ ଭାଷାରେ ଆସିବ AI । ତେବେ ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭରଚୁଆଲି ଯୋଗଦେଇଥିବାବେଳେ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଓ ଛାତ୍ର ଛାତ୍ରୀ ଏହି ସମିଟରେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଡିଜିଟାଲ ଇଣ୍ଡିଆ କ୍ଷେତ୍ରରେ ଏଆଇର ଭୂମିକା ଓ ଗୁରୁତ୍ୱ ବିଷୟରେ ଆଲୋଚନା କରାଯାଇଥିଲା
। ଏହାସହ ଛାତ୍ରଛାତ୍ରୀ ମାନେ AI ବ୍ୟବହାରକୁ କିଭଳି ସଫଳ ରୂପାୟନ କରିପାରିବେ ଏବଂ ଦୈନଦିନ ଜୀବନରେ AIର ଭୂମିକା ଏବଂ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରାଯାଇଛି । ଡିଜିଟାଲ ଇଣ୍ଡିଆ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନିରନ୍ତର ପ୍ରୟାସ ଏବଂ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ଆଗକୁ ବଢୁଥିବା ନେଇ କହିଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏହି ସମ୍ମିଳନୀ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ କାମ କରୁଥିବା ଅନେକ୍ ପ୍ରତିନିଧି ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନେ ସାମିଲ୍ ହୋଇଥିଲେ । ଆଜିର ଏହି ସମ୍ମିଳନୀରେ ଓଡିଶା ଏଆଇ ମିଶନ ପୋର୍ଟାଲ ଆଜି ଲଞ୍ଚ ହୋଇଛି. ଶାସନ ଏବଂ ନାଗରିକ ସେବା ପାଇଁ ଏଆଇ ଆପର ମୂଳ ଉଦେଶ୍ୟ , ଲୋକଙ୍କ ପାଖରେ କିପରି AI କାମ କରିବ। AI କୁ କିପରି ସରକାରୀ ବ୍ୟବସ୍ଥାରେ ଉପଯୋଗ କରାଯାଇପାରିବ ସେ ନେଇ ଆଲୋଚନା ହୋଇଛି ।
ଶିକ୍ଷା,ସ୍ବାସ୍ଥ୍ୟ,ବିପର୍ଯ୍ୟୟ ପରିଚାଳନା ବିଭାଗ ,ମହିଳା ଓ ଶିଶୁ ବିକାଶ ବିଭାଗ ଓ ସଂସଦୀୟ ବ୍ୟପାର ବିଭାଗରେ AI ଉପଯୋଗ ଉପରେ ଫୋକସ୍ କରାଯାଉଛି।
ସୁଭଦ୍ରା ପୋର୍ଟାଲ ହେଉ ବା କୃଷି ସଵସିଡ଼ିରେ AI ର ବ୍ୟବହାର କରାଯାଉଛି । ଆଗକୁ ୪୧ ବିଭାଗରେ AI ଉପଯୋଗ ହେବ। ଲୋକାଭିମୁଖୀ ଯୋଜନା ର ସଫଳ ରୂପାୟନ ପାଇଁ AI ବ୍ୟବହାର କରାଯିବ। ଓଡିଆ ଭାଷା କୁ AI ରେ ଆଣିବାକୁ ବ୍ୟବସ୍ଥା କରାଯିବ। ଭାଷାଦାନ କାର୍ଯ୍ୟକ୍ରମ କରାଯିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ଏବଂ ଓଡ଼ିଶା ଏଆଇ ମିଶନ ପାଇଁ ୨୦୨୫-୨୬ ପାଇଁ ମୁଖ୍ୟମନ୍ତ୍ରୀ ବଜେଟ ଘୋଷଣା କରିଛନ୍ତି ।
