ଓଡିଶା

ନକ ପରେ ଆରମ୍ଭ ହେବ ମେକ୍‍ ଇନ୍‍ ଓଡ଼ିଶା କନ୍‌କ୍ଲେଭ୍‌-୩

ଭୁବନେଶ୍ୱର : ରାତି ପହିଲେ ଭୁବନେଶ୍ୱରର ଜନତା ମଇଦାନଠାରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍ । ତେବେ ଏହି ସଂସ୍କରଣରେ ଓଡ଼ିଶା ନୂଆ ଇତିହାସ ରଚିବା ଅପେକ୍ଷାରେ ଅଛି । ୨୦୧୬ ଏବଂ ୨୦୧୮ ପରେ ଏହା ହେଉଛି ମେକ୍‍ ଇନ୍‍ ଓଡ଼ିଶାର ତୃତୀୟ ସଂସ୍କରଣ | ପୂର୍ବରୁ ଦୁଇ ସମ୍ମିଳନୀରୁ ମିଳିଛି ଅନେକ ସଫଳତା | ଏବଂ ଆଗାମୀ ସମ୍ମିଳନୀ ଏକାଧିକ କିର୍ତ୍ତୀମାନ ରଚିବ ବୋଲି ଚର୍ଚା ଜୋର ଧରିଛି | ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭକୁ ନେଇ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ରାଜ୍ୟ ପ୍ରଶାସନ ଏବଂ ନିବେଶକମାନେ ବେଶ୍‍ ଉତ୍ସାହିତ ଅଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ ୨୦୧୬ ଏବଂ ୨୦୧୮ ପରେ ଚଳିତ ବର୍ଷ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିବାକୁ ଯାଉଛି । ରାଜ୍ୟ ସରକାରଙ୍କର ଏହି ବହୁପ୍ରତିକ୍ଷିତ ନିବେଶକ ସମ୍ମିଳନୀ ବିଶ୍ୱ ସମୁଦାୟ ଆଗରେ ଓଡ଼ିଶାକୁ ନୂତନ ଏବଂ ରୂପାନ୍ତରଣ ଦିଗରେ ଆଗକୁ ନେବା ସହ ଓଡ଼ିଶାରେ ଭରି ରହିଥିବା ସମ୍ଭାବନାକୁ ଉଜାଗର କରିବ । ଓଡ଼ିଶାରେ ପ୍ରଭୂତ ଖଣି, ଜଳ ସମ୍ପଦ ଭରି ରହିଥିବା ବେଳେ ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି ପାଇଁ ରାଜ୍ୟ ସରକାର ସବୁମତେ ଉଦ୍ୟମ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଓଡ଼ିଶାକୁ ନିୟମିତ ଭାବେ ପୁଞ୍ଜି ନିବେଶ ଆସିବାରେ ଲାଗିଛି । ଏପରିକି କୋଭିଡ୍‍ ମହାମାରୀ ସମୟରେ ବି ବିପୁଳ ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି । ସବୁଠାରୁ ବଡ଼ କଥା ହେଉଛି ଖୋଦ୍‍ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଭରି ରହିଥିବା ଶିଳ୍ପ ସମ୍ଭାବନା ସମ୍ପର୍କରେ ଦେଶ ବିଦେଶର ଖ୍ୟାତନାମା ଶିଳ୍ପପତିଙ୍କୁ ଅବଗତ କରାଇବା ସହ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆକର୍ଷିତ କରୁଛନ୍ତି । ଏଥର ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍ ପୂର୍ବର ସବୁ ରେକର୍ଡକୁ ଅତିକ୍ରମ କରିବାର ସମ୍ପୂର୍ଣ୍ଣ ସମ୍ଭାବନା ରହିଛି ।

ସୂଚନା ଅନୁସାରେ ଏଥର ସମ୍ମିଳନୀକୁ ଆଇଟି, ଅକ୍ଷୟଶକ୍ତି, ବୟନ, ପ୍ରସାଧନ, ଖାଦ୍ୟ ପ୍ରକ୍ରିୟାକରଣ, ସିପିଂ, ଖଣି ଆଧାରିତ ଶିଳ୍ପ, ବିତ୍ତିୟ ବୈଷୟିକ, ସ୍ୱାସ୍ଥ୍ୟ, ଶିକ୍ଷା, ଶକ୍ତି, ନିର୍ମାଣ ଶିଳ୍ପ ଆଦି କ୍ଷେତ୍ରରେୁ ପୁଞ୍ଜିନିବେଶ ପ୍ରସ୍ତାବ ଆସିବା ସମ୍ଭାବନା ରହିଛି। କାଲି ଠାରୁ ଅତିଥିଙ୍କ ଆଗମନ ଆରମ୍ଭ ହୋଇଯିବ। ପ୍ରତ୍ୟେକ କ୍ଷେତ୍ରର ନିବେଶକଙ୍କ ସହ ସମ୍ପୃକ୍ତ ବିଭାଗର ଅଧିକାରୀ ବ୍ୟକ୍ତିଗତ ଭାବେ ଆଲୋଚନା କରି ଓଡ଼ିଶାରେ ପୁଞ୍ଜିନିବେଶ ସମ୍ଭାବନା ସମ୍ପର୍କରେ ସୂଚନା ଦେବେ। ଶିଳ୍ପକୁ ପ୍ରେତ୍ସାହନ ଦେବା ଲାଗି ମୁଖ୍ୟମନ୍ତ୍ରୀ କେଉଁ ସବୁ ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ସୂଚନା ଦିଆଯିବ। ଏଥିପାଇର୍ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ଅତିରିକ୍ତ ସଚିବ, ସ୍ୱତନ୍ତ୍ର ସଚିବ ଏବଂ ଶାସନ ସଚିବ ମାନଙ୍କୁ ଦାୟିତ୍ୱ ଦିଆଯାଇଛି। ନିବେଶକଙ୍କୁ ଆକୃଷ୍ଠ କରିବା ପାଇଁ ଓଡ଼ିଶା ଶିଳ୍ପ ନୀତି-୨୦୧୫ ଅନୁସାରେ ଲ୍ୟାଣ୍ଡ ପ୍ରିମିୟମ୍‍ ବାବଦକୁ ରିହାତି ବ୍ୟବସ୍ଥା କରାଯାଇଛି। ସେହିପରି ଷ୍ଟାମ୍ପ୍‍ ଡ୍ୟୁଟିରେ ମଧ୍ୟ ରିହାତି ବ୍ୟବସ୍ଥା ଅଛି।

ଭଦ୍ରକ ଜିଲ୍ଲାର ଧାମନଗର ଛକ ନିକଟରେ ଇଡ୍‍କୋ ଅଧିଗ୍ରହଣ କରିଥିବା ୨୩୪.୮୬୦ ଏକର ଜମିରେ ଟେକ୍ନନିକାଲ ଟେକ୍ସଟାଇଲ୍‍ ପାର୍କ ପ୍ରତିଷ୍ଠା ପାଇଁ ଉଦ୍ୟମ କରାଯାଉଛି। ଆସନ୍ତା ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେକ୍‍ ଇନ୍‍ ଓଡ଼ିଶା କନ୍‍କ୍ଲେଭ୍‍କୁ ଉଦ୍‍ଘାଟନ କରିବେ। ଏହି ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ୧ ତାରିଖ ଦିନ ଶିଳ୍ପପତିଙ୍କୁ ନେଇ ପ୍ଲିନାରୀ ସେସନ୍‍ ଏବଂ କଣ୍ଟ୍ରି ସେସନ୍‍ ଆୟୋଜିତ ହେବ। ୨ ତାରିଖରେ ସ୍କିଲଡ୍‍ ଇନ୍‍ ଓଡ଼ିଶା ସମ୍ପର୍କରେ ଆଲୋଚନା ହେବା ସହିତ ଧାତୁ ଏବଂ ଆନୁସଙ୍ଗିକ କ୍ଷେତ୍ରରେ ଥିବା ସମ୍ଭାବନାକୁ ନେଇ ଆଲୋଚନା କରାଯିବ। ଏହି ଦିନ ୧୦ଟି ସେକ୍ଟୋରାଲ୍‍ ସେସନ୍‍ ମଧ୍ୟ ଆୟୋଜିତ ହେବ ।

୩ ତାରିଖ ଦିନ ମହିଳା ଶସକ୍ତିକରଣ, ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସ୍କୁଲ ରୂପାନ୍ତରଣକୁ ନେଇ ଆଲୋଚନା ସହିତ ଭେଲିଡିଟାରୀ ସେସନ୍‍ ବସିବ । ୪ର୍ଥ ତଥା ଅନ୍ତିମ ଦିବସରେ ଜନସାଧାରଣଙ୍କୁ ପ୍ରଦର୍ଶନୀ ବୁଲିବାର ସୁଯୋଗ ମିଳିବ। ଏହି ଦିନ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଫୁଡ୍ କୋର୍ଟର ମଜା ମଧ୍ୟ ନେଇପାରିବେ।

Related posts

ଗୋବିନ୍ଦପୁର ଗାଁରେ ସତ୍ୟ ସେବକ ଯୁବ ସଙ୍ଘର ବୃକ୍ଷ ରୋପଣ

mahabharatanews

ୟୁନଫର୍ମ ପିନ୍ଧିନଥିବାରୁ ଛାତ୍ରୀଙ୍କ ଲେଗିଙ୍ଗସ୍ ଖୋଲିଦେଲେ

mahabharatanews

ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି

mahabharatanews