ଓଡିଶା

ଓଡିଶା ରାଜନୀତିର ଉଜ୍ଜଳ ତାରକା

(ଭୁବନେଶ୍ୱର:ସୁର୍ଜିତ ଧଳ) କର୍ମ ହିଁ ଭଗବାନ । ଏହି ନୀତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କ୍ଷେତ୍ରରେ ପୂର୍ଣ୍ଣ ରୂପେ ପ୍ରତିଫଳିତ ହେଉଥିବା ଦେଖିବାକୁ ମିଳିଛି । ସେ ଦଳୀୟ କାର୍ଯ୍ୟ ହେଉ ଅବା ମନ୍ତ୍ରୀ ଭାର ଅବା କୌଣସି ପଦରେ ନ ଥିଲେ ମଧ୍ୟ ସେ ତାଙ୍କ ଦାୟିତ୍ୱ ନିର୍ବାହରେ କେବେ ଅବହେଳା କରି ନାହାନ୍ତି । ଦଳର ସର୍ବାଙ୍ଗିନ ଉନ୍ନତି ପଥରେ ସେ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରିଦେଇଛନ୍ତି । ତେଣୁ ତ ପ୍ରଣବଙ୍କ ସମର୍ଥକ, ପ୍ରଶଂସକଙ୍କ ତାଲିକା ସବୁଠାରୁ ଆଗରେ । ରାଜ୍ୟ ରାଜନୀତିରେ ବର୍ତ୍ତମାନ ସମୟରେ ଯେତେ ନେତା ମନ୍ତ୍ରୀ ରହିଛନ୍ତି, ସେମାନଙ୍କ ମଧ୍ୟରୁ ପ୍ରଣବଙ୍କ ପ୍ରଶଂସକଙ୍କ ସଂଖ୍ୟା ସର୍ବାଗ୍ରରେ ରହିଛି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ଯେଉଁ ନାମଟି ଆସେ ତାହା ହେଉଛନ୍ତି ପ୍ରଣବ ପ୍ରକାଶ ଦାସଙ୍କର । ସେ ବ୍ୟକ୍ତିଗତ ଭାବେ କୌଣସି ସ୍ଥାନରେ ଠିଆ ହୋଇଥାନ୍ତୁ ଅବା ସୋସିଆଲ ମିଡିଆ, ସବୁଠି ତାଙ୍କ ଆଗ ପଛରେ ଭିଡ । ସୋସିଆଲ ମିଡିଆରେ ପ୍ରଣବଙ୍କ ଫଲୋୟର୍ସରୁ ଜଣାପଡେ ।
ଆଜିର ସୋସିଆଲ ମିଡିଆ ଯୁଗରେ ସବୁ ନେତା ମନ୍ତ୍ରୀ ଏହି ମିଡିଆରେ ବେଶ ଆକ୍ଟିଭ । ତେବେ ସୋସିଆଲ ମିଡିଆରେ ଯେତେ ରାଜନେତା ରହିଛନ୍ତି, ସେମାନଙ୍କ ମଧ୍ୟରୁ ପ୍ରଣବଙ୍କ ଫଲୋୟର୍ସ ସଂଖ୍ୟା ସବୁଠାରୁ ଅଧିକ ରହିଛନ୍ତି । ସୋସିଆଲ ମିଡିଆରେ ପ୍ରଣବଙ୍କର ୨୨କେ ଫଲୋୟର୍ସ ରହିଛନ୍ତି । ତାଙ୍କ ପଛରେ ରହିଛନ୍ତି ଅନ୍ୟ ରାଜନେତା । ପ୍ରଣବଙ୍କର ୨୨ ହଜାର ଫଲୋୟର୍ସ ରହିଥିବା ବେଳେ ସମିର ରଞ୍ଜନ ଦାସଙ୍କର ୧୭ ହଜାର, ପ୍ରଣବ ବଳବନ୍ତ ରାୟ ୧୨ ହଜାର, ସଂଜୟ ଦାସ ବର୍ମା ୭ହଜାର୮୦୦, ବିକ୍ରମ ଆରୁଖ ୩ହଜାର ୬୦୦ ରହିଛନ୍ତି । ପ୍ରଣବଙ୍କ ଫଲୋୟର୍ସ ଏତେ ସଂଖ୍ୟାରେ ସେମିତି ମାଗଣାରେ ସମ୍ଭବ ହୋଇନାହିଁ । ଏହା ସମ୍ଭବ ହୋଇଛି ତାଙ୍କ କର୍ମ ନିଷ୍ଠା, ଦଳ ପ୍ରତି ସମର୍ପଣ ଭାବ, ସାଂଗଠନିକ ଦକ୍ଷତା ପାଇଁ ।
ତେବେ ପ୍ରଣବଙ୍କ ଯେ ଖାଲି ପ୍ରଶଂସକ, ସମର୍ଥକ ବା ଭଲ ପାଉଥିବା ଲୋକ ରହିଛନ୍ତି, ମିତ୍ର ପରି ତାଙ୍କର ଶତୃଙ୍କ ସଂଖ୍ୟା ମଧ୍ୟ କିଛି କମ ନୁହେଁ । ରାଜନେତାଙ୍କଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ପ୍ରଣବଙ୍କର ଅଗଣିତ ଶତୃ ରହିଛନ୍ତି । ତାଙ୍କୁ ଭୟଭୀତ କରିବାକୁ, ନିରୁତ୍ସାହିତ କରିବାକୁ ମଧ୍ୟ ଅନେକ ଚେଷ୍ଟା ହୋଇଛି । ବାପା ଅଶୋକ ଦାସଙ୍କ ମୃତ୍ୟୁ ପରେ ସେ ରାଜନେତି କ୍ଷେତ୍ରକୁ ଆସିଥିଲେ । ବାପାଙ୍କ ମୃତ୍ୟୁ ବେଳକୁ ସେ ବିଜେଡିର ଜଣେ ବିରୋଧୀ ଭାବେ ପରିଗଣିତ ହେଉଥିଲେ । ତେଣୁ ପ୍ରଣବ ଯେତେବେଳେ ଦଳରେ ସାମିଲ ହେଲେ ସେତେବେଳେ ବିଜେଡିର କର୍ମକର୍ତ୍ତା ମାନେ ପ୍ରଣବଙ୍କ ପଛରେ କିଛି କମ ପଡି ନ ଥିଲେ । ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଖ ପୁରାଇ ଦେଉ ନ ଥିଲେ । ତାଙ୍କ ବିରୋଧରେ ନାନା କାନ ଫୁଙ୍କା ଦେଉଥିଲେ । କିନ୍ତୁ ପ୍ରଣବ ସେସବୁରେ ନିରୁତ୍ସାହିତ ନ ହୋଇ ନିଜ ଲକ୍ଷ୍ୟ ପଥରେ ଆଗେଇ ଚାଲିଥିଲେ । ଜନତାଙ୍କ ସେବାରେ ନିଜକୁ ଉତ୍ସର୍ଗ କରି ଦେଇଥିଲେ । ଫଳରେ ସମୟ କ୍ରମେ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରୟ ପାତ୍ର ହୋଇପାରିଥିଲେ । ସେହିପରି ବିରୋଧୀ ଦଳରେ ମଧ୍ୟ କିଛି ଶତୃ ନାହାନ୍ତି ପ୍ରଣବଙ୍କର । କିନ୍ତୁ ସବୁ ପ୍ରତିକୂଳ ପରିସ୍ଥିତିକୁ ଫୁ କରି ସେ ଲୋକଙ୍କ ଆପଣାର ହୋଇ ପରିଛନ୍ତି । ଏହାକୁ ଦେଖି ଏତିକି ଆଶା ଆଗକୁ ମଧ୍ୟ ସେ ରାଜ୍ୟବାସୀଙ୍କ ସେବାରେ ଏହିପରି ନିଜକୁ ସମର୍ପଣ କରିଥିବେ ଓ ଅଧିକରୁ ଅଧିକ ଲୋକଙ୍କ ହୃଦୟରେ ରାଜ କରି ଚାଲିବେ ।

Related posts

ହିଞ୍ଜିଳି ଭାରପ୍ରାପ୍ତ ଥାନାଅଧିକାରୀ ଓ ପୌରପରିଷଦ କାର୍ୟ୍ୟ ନିର୍ବାହୀ ଅଧିକାରୀଙ୍କ ସହର ପରିଦର୍ଶର

mahabharatanews

ପ୍ରାଣ ହରାଇଲେ ଆଉ ୪ କରୋନା ଆକ୍ରାନ୍ତ, ରାଜ୍ୟରେ ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି

mahabharatanews

ଟ୍ୱିନ ସିଟିର ଦୁଇ ନୂଆ ଡିସିପିଙ୍କ ଦାୟିତ୍ୱ ଗ୍ରହଣ

mahabharatanews

Leave a Comment