ଭାରତ

ଗଣ ଛୁଟି; ବିମାନ କର୍ମଚାରୀଙ୍କୁ ବହିଷ୍କୃତ କଲା ଏୟାର ଇଣ୍ଡିଆ ଏକ୍ସପ୍ରେସ

(ଦିଲ୍ଲୀ): ଟାଟା ଗ୍ରୁପ୍ ମାଲିକାନା ଏୟାର ଇଣ୍ଡିଆ ଏକ୍ସପ୍ରେସ ନେଲା ବଡ ନିଷ୍ପତି । ଗତକାଲିର ସମସ୍ୟା ପରେ କ୍ରୁ ସଦସ୍ୟ ସଦସ୍ୟଙ୍କ ସେବାକୁ ତୁରନ୍ତ ବନ୍ଦ କରିଦେଇଛି କମ୍ପାନି। ପୂର୍ବରୁ ନଜଣାଇ ଅଚାନକ ଗଣ ଛୁଟିରେ ଯିବା ହେତୁ ଏୟାର ଇଣ୍ଡିଆ ଏକ୍ସପ୍ରେସକୁ ମଙ୍ଗଳବାର ୧୦୦ରୁ ଅଧିକ ବିମାନ ବାତିଲ କରିବାକୁ ପଡ଼ିଥିଲା।

ସୂଚନାନୁଯାୟୀ ,  ବିମାନ ସେବା ପକ୍ଷରୁ ଇମେଲ ବିବୃତିରେ କୁହାଯାଇଛି କି କୌଣସି ଯଥାର୍ଥ କାରଣ ନଥାଇ ଏପରି ଅଚାନକ ସମୂହ ଛୁଟିରେ ଯିବା ଏୟାର ଇଣ୍ଡିଆ ଏକ୍ସପ୍ରେସ କର୍ମଚାରୀଙ୍କ ନିୟମକୁ ଉଲ୍ଲଂଘନ କରିଛି। ‘ଆପଣ ଆଉ କର୍ମଚାରୀ ଭବେ ବିବେଚିତ ହେବେ ନାହିଁ। ଅଫିସିଆଲ୍‌ ମେଲ୍‌, ସର୍ଭର ଏବଂ ଅନ୍ୟାନ୍ୟ ଯୋଗାଯୋଗକୁ ଆଉ ଆପଣ ଆଜିଠାରୁ ବ୍ୟବହାର କରିପାରିବେ ନାହିଁ’’ ବୋଲି ମେଲ୍‌ରେ କର୍ମଚାରୀମାନଙ୍କୁ କୁହାଯାଇଛି। ଅନ୍ୟପକ୍ଷରେ ବିମାନ ବିଳମ୍ବ ଏବଂ ବାତିଲ ନେଇ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଣାଳୟ ମଧ୍ୟ ବିମାନ ସେବା ପକ୍ଷରୁ ବିସ୍ତୃତ ରିପୋର୍ଟ ମାଗିଛି। ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ଏୟାର ଇଣ୍ଡିଆ ଏକ୍ସପ୍ରେସକୁ ଶୀଘ୍ର ପଦକ୍ଷେପ ନେବାକୁ କହିଛି।

Related posts

୨୯ରେ ହେବ କେଜ୍ରିୱାଲଙ୍କ ଶୁଣାଣି

mahabharatanews

କରୋନା ଭାଇରସ : ସତର୍କ ରହିବାକୁ ପରାମର୍ଶ ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ

mahabharatanews

ମତସାବ୍ୟସ୍ତ କରିବାକୁ ଅପିଲ କଲେ ମୋଦି

mahabharatanews